ଭାରତର ପ୍ରଶଂସା କରି ଅଡୁଆରେ ପାକିସ୍ତାନୀ ଟିଭି ଆଙ୍କର

0 68

ନୂଆଦିଲ୍ଲୀ, ୨୧ ।୧: ପାକିସ୍ତାନୀ ଟିଭି ଆଙ୍କର ସେୟଦ ଇକରାଋଲ ହସନ ସୋମବାର ଦିନ ନିଜର କିଛି ଟ୍ୱିଟକୁ ନେଇ ବିବାଦ ମଧ୍ୟକୁ ଟାଣି ହୋଇ ଆସିଛନ୍ତି । ଜାନୁଆରୀ ୧୭ ତାରିଖରେ ଭାରତ ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ଏକ ଟ୍ୱିଟକୁ ସେ ରିଟ୍ୱିଟ୍ କରିଥିଲେ । ଏହାପରେ ତାଙ୍କୁ ଖୁବ ସମାଲୋଚନା କରାଯାଇଥିଲା । ଅମିତାଭ କାନ୍ତ ନିଜ ଟ୍ୱିଟରେ କହିଥିଲେ ଯେ ଭାରତ ବିଶ୍୍ୱର ଭ୍ୟାକସିନ ହବ । ଏହାପରେ ହସନ ସେହି ଟ୍ୱିଟକୁ ରିଟ୍ୱିଟ କରି ଲେଖିଥିଲେ, ଇଣ୍ଡିଆ ବନାମ ପାକିସ୍ତାନ-ପାକିସ୍ତାନ ଭ୍ୟାକସିନ ମଗାଇବ ନାଁ ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ, ଆଉ ଭ୍ୟାକସିନ ତିଆରି କରିବା ତ ଦୂର କଥା । ମୁକାବିଲା କରିବାର ଅଛି ଯଦି ତାଲିମରେ କରୁ, ବିଜ୍ଞାନରେ କରୁ, ଇନ୍ଫ୍ରାଷ୍ଟ୍ରକ୍ଚରରେ କରୁ, ଅର୍ଥବ୍ୟବସ୍ଥାରେ କରୁ, ଜ୍ଞାନ କୌଶଳରେ କରୁ ଓ ସତ୍ୟର ସାମ୍ନା କରୁ । ଏହା ପୂର୍ବରୁ ଇକରାଋଲ ହସନ ପାକିସ୍ତାନକୁ ଅନେକ ପ୍ରସଙ୍ଗରେ ଘେରି ଟ୍ୱିଟ କରିଛନ୍ତି । ଇନ୍ଫ୍ରାଷ୍ଟ୍ରକ୍ଚରକୁ ନେଇ ପାକିସ୍ତାନକୁ ଭାରତ ସହ ତୁଳନା କରିଥିଲେ । ସେ କହିଥିଲେ ଭାରତ କିଭଳି ପାକିସ୍ତାନ ଠାରୁ ସବୁ ଗୁଣରେ ଉତ୍ତମ । ହସନଙ୍କ ଏହି ଟ୍ୱିଟକୁ ନେଇ ବିବାଦ ବହୁତ ବଢି ଯାଇଥିଲା । ଟ୍ୱିଟରରେ ତାଙ୍କ ବିରୋଧରେ ମୋର୍ଚ୍ଚା ମଧ୍ୟ ଆରମ୍ଭ ହୋଇଥିଲା । ଟ୍ୱିଟରରେ ଟ୍ରେଣ୍ଡ ହେବାକୁ ଲାଗିଲା । ଲୋକେ କହିଛନ୍ତି ହସନ ଦେଶକୁ କ୍ଷମା ମାଗିବା ଦରକାର । କିଛି ଲୋକେ ତାଙ୍କୁ ଗଦ୍ଦାର ବି କହିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ନେତା ମସଋର ବଦବୀ ଇକରାଋଲଙ୍କ ଟ୍ୱିଟକୁ ନେଇ ଆପତ୍ତି ଦର୍ଶାଇ କହିଥିଲେ, ଆପଣ ବି ଭାରତରେ ଶରଣ ଚାହୁଁଛନ୍ତି କି ? ଯଦି ନୁହେଁ ତାହେଲେ ପାକିସ୍ତାନର ସୁନ୍ଦରତା ସାମ୍ନାକୁ ଆଣ । କିଛି ଲୋକ ଇକରାଋଲଙ୍କୁ ସମର୍ଥନ ମଧ୍ୟ କରିଛନ୍ତି । ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର ଇକରାଋଲଙ୍କ ସମର୍ଥନରେ କହିଛନ୍ତି, କାହାକୁ ଟାର୍ଗେଟ କରିବା ପୂର୍ବରୁ ତାର ସନ୍ଦର୍ଭକୁ ବୁଝିବା ଦରକାର ଯେ ସେ କଣ କହିବାକୁ ଚାହୁଁଛନ୍ତି । ପାକିସ୍ତାନ ପ୍ରତି ଇକରାଋଲଙ୍କ ଯେତିକି ସ୍ନେହ ଓ ସମର୍ପଣ ଅଛି ତାକୁ ନେଇ ନା କିଛି ବିବାଦ ଅଛି ନା କୌଣସି ପ୍ରଶ୍ନ ଉଠାଯାଇପାରିବ ।

Leave A Reply

Your email address will not be published.