ଗଞ୍ଜେଇ ଚୋରା ଚାଲାଣ ବେଳେ ୫ବ୍ୟାଗ ଜବତ,୫ଗିରଫ

0 76

ପାରଳାଖେମୁଣ୍ଡି,୨୧ା୦୧: ଏକ ଘରୋଇ ବସ୍ ଦ୍ୱାରା ଗଜପତିରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଦ୍ୱାରା ୫ ବ୍ୟାଗ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ପୋଲିସ ୫ଜଣଙ୍କୁ ଗିରଫ କରି ଆଜି କୋର୍ଟକୁ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଗତ ୧୯ ତାରିଖ ରାତ୍ରରେ ଗଜପତି ଜିଲ୍ଲାର ବଡପଦା ଓ ଖଜୁରୀପଦା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବା ଇସ୍ପାତ ନାମକ ଏକ ଘରୋଇ ବସରେ ୫ଜଣ ଚୋରା ଗଞ୍ଜେଇ ବ୍ୟବସାୟୀ ୫ଗୋଟି ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିଲେ । ଆର୍.ଉଦୟଗିରି ପୋଲିସ ଏହାର ଖବର ପାଇ ବସକୁ ଚଢାଉ କରି ଗଞ୍ଜେଇକୁ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲେ । ଏହି ଗଞ୍ଜେଇର ଓଜନ ୭୨ କେଜି ୨୦୦ଗ୍ରାମ ବୋଲି ପୋଲିସ ସୂଚନା ଦେଇଛି । ଚୋରା ବଜାରରେ ଏହାର ମୁଲ୍ୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗିରଫ ହୋଇଥିବା ୫ ଜଣଙ୍କୁ ଆଜି ୟୁ/ଏସ ୨୦ ଏନଡିପିଏସ ଆଇନରେ କୋର୍ଟକୁ ଚାଲାଣ କରାଯାଇଥିବା ଆର୍.ଉଦୟଗିରି ପୋଲିସ ଏସଆଇ ମୁକେଶ ଲାକ୍ରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.