ଚିକିତ୍ସିତ ପାଇଁ ଉତ୍କଳ ଆଲୁମିନା କମ୍ପାନୀ ଆମ୍ବୁଲାନ୍ସ ସାହାଯ୍ୟ

0 77

ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବହୁ ରୋଗୀ ଉନ୍ନତ ମାନର ଚିକିତ୍ସା ପାଇଁ ବହୁ ଦୁରଦୁରାନ୍ତ କୁ ଚିକିତ୍ସିତ ପାଇଁ ଆମ୍ବୁଲାନ୍ସ ସାହାଯ୍ୟ ରେ ଯାଉଛନ୍ତି। ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକତା ମୁତାବକ ଆମ୍ବୁଲାନ୍ସ ର ଆବଶ୍ୟକତା ଓ  ଅଭାବ କୁ କିଛି ମାତ୍ରାରେ ଦୂର କରିବା ପାଇଁ ଉତ୍କଳ ଆଲୁମିନା କମ୍ପାନୀ ଏକ ନୂତନ ଆମ୍ବୁଲାନ୍ସ ଆଜି ରାୟଗଡା ମୁଖ ଚିକିତ୍ସାଲୟ ରେ ଉତ୍କଳ କମ୍ପାନୀ ର ମୁଖ୍ୟ ଅଧିକାରୀ ଙ୍କ ଉପସ୍ଥିତ ରେ ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ରାୟଗଡା ଆରକ୍ଷୀ ଅଧିକାରୀ ଶ୍ରୀ ବିବେକାନନ୍ଦ ଶର୍ମା ଓ ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଶ୍ରୀ ଅର୍ତ୍ତବନ୍ଧୁ ନାୟକ ପ୍ରମୁଖ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍କଳ କମ୍ପାନୀ ଦିଆଯାଇଥିବା ଉପହାର ସ୍ୱରୂବ ନୂତନ ଆମ୍ବୁଲାନ୍ସ ର  ମୁଖ୍ୟଅତିଥି ଜିଲ୍ଲାପାଳ ଙ୍କ  ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ ହୋଇଛି।  ଉତ୍କଳ ଆଲୁମିନା ଏପରି ସହଯୋଗ କୁ ଜିଲ୍ଲା ବାସୀ କମ୍ପାନୀ କର୍ତ୍ତୃପକ୍ଷ ଙ୍କୁ ସାଧୁବାଦ ଜଣାଉ ଥିବା ଦେଖିବକୁ ମିଳିଛି।

Leave A Reply

Your email address will not be published.