ଥୁଆପଦର ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ

0 73

ଭବାନୀପାଟଣା,୨୧/୦୧ : ଆଜି କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଥୁଆପଦର ଗ୍ରାମପଞ୍ଚାୟତ ର ତେନ୍ତୁଳିଖୁଣ୍ଟି ଛକ NH-୨୬ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥୁଆପଦର ଗ୍ରାମପଞ୍ଚାୟତ ଓ ସଦର ଥାନା ର ମିଳିତ ସହଯୋଗ ରେ ସଡକ ସୁରକ୍ଷା କାର୍ଯ୍ୟକ୍ରମ ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଥୁଆପଦର ସରପଞ୍ଚ ଶ୍ରୀ ଚୁଡାମଣି ନାଏକ ,ସଦର  ଆଇ ଆଇ ସି ଶ୍ରୀଯୁକ୍ତ ପ୍ରଦୀପ କୁମାର ଧାରୁଆ ଅତିଥି ଭାବରେ ଯୋଗଦେଇଥିବାବେଳେ  ପୂର୍ବତନ ଛାତ୍ରସଂସଦ ସହ-ସଂପାଦକ ଅରବିନ୍ଦ ସାହୁ, ଭୁବନେଶ୍ୱର ନାଏକ, ସମାଜସେବୀ ଭୁତାସନ ମାଝୀ ,ସମାଜସେବୀ ଜିତେନ୍ଦ୍ର ଗଉଡ଼, ମହିଳା ସ୍ୱୟଂସହାୟକ ଗୋଷ୍ଟି ର ପଦ୍ମିନୀ ନାଏକ ,ଲୟବତୀ ନାଏକ ରାଇବରୀ ନାୟକ, ମାନସ ବାଗ କ୍ଷୀତେଶ ନାଏକ ଓ ଅଞ୍ଚଳ ର ଅନେକ ଲୋକ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସଡକ ନିୟମ ମାନିବାକୁ ସଚେତନ କରିଥିଲେ ।

Leave A Reply

Your email address will not be published.