ଶହେ ଟପିବ ପେଟ୍ରୋଲ!

0 72

ଗଙ୍ଗାନଗର,୨୩ ।୧: ଦେଶରେ ପେଟ୍ରୋଲ ମୂଲ୍ୟ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଶନିବାର ତୈଳ କମ୍ପାନୀମାନେ ଚଳିତମାସର ଅଷ୍ଟମ ଦରବୃଦ୍ଧି ଘୋଷଣା କରିଥିବା ବେଳେ ପ୍ରତିଲିଟର ପେଟ୍ରୋଲ ମୂଲ୍ୟରେ ୨୫ ପଇସା ବୃଦ୍ଧି ହୋଇଛି । ସେହିପରି ଡିଜେଲ ଲିଟର ପିଛା ୨୬ ପଇସା ବଢିଛି । ଫଳରେ ରାଜସ୍ଥାନ ଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୯୭ଟଙ୍କା ୫୦ ପଇସାରେ ବିକ୍ରି ହେଉଛି । ଭୋପାଲରେ ପେଟ୍ରୋଲ ୯୩ଟଙ୍କା ୫୬ ପଇସାରେ ବିକ୍ରି ହେଉଥିବା ବେଳେ ମୁମ୍ବାଇରେ ୯୨ଟଙ୍କା ୨୮ ପଇସା ଦରରେ ବିକ୍ରି ହେଉଛି । ଚଳିତବର୍ଷ ଆରମ୍ଭରୁ ତୈଳ କମ୍ପାନୀମାନେ ଦରବୃଦ୍ଧି କରିବା ଆରମ୍ଭ କରିଥିବା ବେଳେ ୨୩ ଦିନରେ ୮ ଥର ମୂଲ୍ୟବୃଦ୍ଧି ହେଲାଣି । ଫଳରେ ଲିଟର ପିଛା ଦର ୧୦୦ଟଙ୍କା ହେବାକୁ ଆଉ ମାତ୍ର ଅଢେଇ ଟଙ୍କା ପଛରେ ରହିଛି । ମୂଲ୍ୟବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଶନିବାର ପେଟ୍ରୋଲ ଲିଟର ପିଛା ୮୫ଟଙ୍କା ୭୦ ଟଙ୍କା ଦରରେ ବିକ୍ରି ହେଉଥବା ବେଳେ ଡିଜେଲ ପ୍ରତିଲିଟର ୭୫ଟଙ୍କା ୮୮ ପଇସାରେ ବିକ୍ରି ହେଉଛି । ଶନିବାର ତୈଳ ଦର ବୃଦ୍ଧି ପୂର୍ବରୁ ଶୁକ୍ରବାର ମଧ୍ୟ ଦର ବୃଦ୍ଧି ହୋଇଥିଲା । ୨୩ ଦିନରେ ୮ ଥର ମୂଲ୍ୟ ବୃଦ୍ଧିରେ ପ୍ରତି ଲିଟର ପେଟ୍ରୋଲ ୧ଟଙ୍କା ୯୯ ପଇସା ମହଙ୍ଗା ହୋଇଛି । ସେହିପରି ଡିଜେଲ ୨ଟଙ୍କା ଏକ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ତୈଳ କମ୍ପାନୀମାନେ ଜାନୁୟାରୀ ପ୍ରଥମ ସପ୍ତାହରେ ବର୍ଷର ପ୍ରଥମ ମୂଲ୍ୟ ସୁଧାର ଘୋଷଣା କରିଥିଲେ । ଦେଖୁ ଦେଖୁ ଇତିମଧ୍ୟରେ ଆଉ ୭ ଥର ଦର ବୃଦ୍ଧି କରିଥିବା ବେଳେ ଦେଶରେ ପେଟ୍ରୋର ସର୍ବାଧିକ ମୂଲ୍ୟ ୯୭ଟଙ୍କା ୫୦ ପଇସାରେ ପହଞ୍ଚିବା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।

Leave A Reply

Your email address will not be published.