ଶଗଡ଼ରେ ମୁଖ୍ୟମନ୍ତ୍ରୀ

0 65

ସୁରଟ, ୨୩ ।୧: ବାଜୁଛି ଢ଼ୋଲ ନଗଡା, ଆଗରେ ଯାଉଛି ରୋଷଣୀ । ବାଦ୍ୟର ତାଳେ ତାଳେ ଚାଲିଛି ପାରମ୍ପରିକ ଆଦିବାସୀ ନୃତ୍ୟ । ସେପଟେ ପଛରେ ଶଗଡ଼ ଗାଡି ଉପରେ ବସି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ବାଡୋଲି ଜିଲ୍ଲାରେ । କାରକେଡରୁ ଓହ୍ଲାଇ ଶଗଡ ଗାଡିରେ ବସିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୁଜରାଟ ବାଡୋଲି ଜିଲ୍ଲାର ହରିପୁରା ଗାଁକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେଠାରେ ପହଞ୍ଚିବା ପରେ ୧୯୩୮ ମସିହାର କଥାକୁ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ମୁଖମନ୍ତ୍ରୀ । ଗାଁର ପରମ୍ପରା ଅନୁଯାୟୀ ସେ ସୁସଜ୍ଜିତ ଶଗଡ଼ ଗାଡିରେ ବସି ବିରାଟ ଶୋଭାଯାତ୍ରା କରିଥିଲେ । ପରେ ନେତୀଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ୧୯୩୮ରେ ହରିପୁରା ଗାଁର କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଥିଲା, ଯେଉଁଠି ନେତାଜୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଥିଲା । ସେହି ସମୟରେ ନେତାଜୀଙ୍କୁ ଗାଁ ଲୋକେ ଶଗଡ଼ ଗାଡିରେ ବସାଇ ଭବ୍ୟ ସ୍ୱାଗତ କରିଥିଲେ । ବାସ ସେହି ଦିନଠାରୁ ଗାଁରେ ଏହି ପରମ୍ପରା ଜାରି ରହିଛି ।

Leave A Reply

Your email address will not be published.