ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ

0 68

ନୂଆଦିଲ୍ଲୀ, ୨୩ ।୧: ୧୦ ଦିନର ବ୍ୟବଧାନ ପରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି । ବିଏସଏଫ ଯବାନମାନେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଭାରତ-ପାକ୍ ସୀମାରୁ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଗୁପ୍ତ ସୁଡ଼ଙ୍ଗଟିର ଲମ୍ବ ୧୫୦ ମିଟର ଓ ୩୦ ଫୁଟ ଗଭୀର । ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ପାକିସ୍ତାନରେ ଥିବା ବେଳେ ଆଉ ଗୋଟିଏ ଭାରତରେ ରହିଛି । ଏହାର ଓସାର ପ୍ରାୟ ୩ ମିଟର ରହିଛି । ହୀରାନଗର ସେକ୍ଟରର ପାନସର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଯାଞ୍ଚ କରାଯାଉଥିବା ବେଳେ ଏହି ସୁଡ଼ଙ୍ଗଟି ଠାବ ହୋଇଛି । ସୁଡ଼ଙ୍ଗ ଠାବ ହେବା ପରେ ପୂରା ଅଞ୍ଚଳକୁ କର୍ଡନ କରି ଦିଆଯାଇଛି । ୨୦୨୦ ଜୁନ୍ ମାସରେ ପାକିସ୍ତାନୀ ହେକ୍ସାକରକୁ ଭାରତୀୟ ସୁରକ୍ଷାକର୍ମୀ ଏହି ଅଞ୍ଚଳରେ ଗୁଳି କରି ଖସାଇ ଦେଇଥିଲେ । ଏହି ହେକ୍ସାକରରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ରହିଥିଲା । ୨୦୧୯ରେ ମଧ୍ୟ ଏହି ଅଞ୍ଚଳରେ ପାକିସ୍ତାନ ସୀମାରୁ ଅନୁପ୍ରେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଥିଲେ । ଆଜିର ଘଟଣା ପରେ ଗତ ୬ ମାସ ମଧ୍ୟରେ ସାମ୍ବା, ହୀରାଗନର ଓ କଠୁଆରେ ୪ଟି ଗୁପ୍ତ ସୁଡ଼ଙ୍ଗ ଠାବ ହେଲାଣି । ସେହିପରି ଜମ୍ମୁ ରିଜନରେ ମୋଟ ୧୦ଟି ସୁଡ଼ଙ୍ଗ ଠାବ ହୋଇଛି । ଜାନୁଆରୀ ୧୩ରେ ଏହି ସେକ୍ଟରର ବୋବିୟାନ ଗାଁରେ ଗୋଟିଏ ୧୫୦ ମିଟିର ଲମ୍ୱ ଗୁପ୍ତ ସୁଡ଼ଙ୍ଗ ଠାବ ହୋଇଥିଲା । ଆତଙ୍କୀଙ୍କୁ ଭାରତ ପଠାଇବାକୁ ପାକିସ୍ତାନ ଏପରି ସୁଡ଼ଙ୍ଗ ସବୁ ତିଆରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.