କୃଷି ଆଇନକୁ ବିରୋଧ କରି ବିଧାୟକ ପଦ ଛାଡ଼ିଲେ ଅଭୟ ଚୌତାଲା

0 72

ଚଣ୍ଡିଗଡ଼, ୨୭ ।୧: ହରିଆଣା ବିଧାନସଭାକୁ ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ ପକ୍ଷରୁ ନିର୍ବାଚିତ ହୋଇଥିବା ଏକମାତ୍ର ବିଧାୟକ ଅଭୟ ଚୌତାଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ବିରୋଧ କରି ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି । ଦୁଇ ସପ୍ତାହ ତଳେ ସେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଯେ ଯଦି କୃଷି ଆଇନକୁ ପ୍ରତ୍ୟାହାର କରାନଯାଏ ତା’ହେଲେ ସେ ବିଧାୟକ ପଦରୁ ଇସ୍ତଫା ଦେବେ । ସତକୁ ସତ ସେ ଆଜି ବିଧାୟକ ପଦ ଛାଡ଼ିଛନ୍ତି । ୫୭ ବର୍ଷୀୟ ଅଭୟ ୩ଥର ଇଲେନାବାଦ ସିଟ୍ରୁ ଜିତିଛନ୍ତି । ଚାଷୀଙ୍କ ମଧ୍ୟରେ ତାଙ୍କ ଦଳର ବେଶ ଦବଦବା ରହିଛି । ସେ ଆଜି ଚଣ୍ଡିଗଡ଼ରେ ଥିବା ରାଜ୍ୟ ବିଧାନସଭା କମ୍ପେ୍ଲକ୍ସକୁ ଗ୍ରୀନ ରଙ୍ଗର ଟ୍ରାକ୍ଟର ଧରି ପ୍ରବେଶ କରିବା ସହ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିକଟରେ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖି କୃଷି ଆଇନ ଏକ କଳା ଆଇନ ବୋଲି କହିଥିଲେ । ଯଦି କେନ୍ଦ୍ର ସରକାର ଜାନୁଆରୀ ୨୬ ସୁଦ୍ଧା କୃଷି ଆଇନକୁ ପ୍ରତ୍ୟାହାର ନ କରିବେ, ତା’ହେଲେ ଏହି ଚିଠିକୁ ମୋର ବିଧିବଦ୍ଧ ଭାବେ ଇସ୍ତଫାପତ୍ର ଭାବେ ଗ୍ରହଣ କରିବାକୁ ସେ କହିଥିଲେ ।

Leave A Reply

Your email address will not be published.