ଦିଲ୍ଲୀ ହିଂସା ଘଟଣାକୁ ଲଜ୍ଜାଜନକ କହିଲେ ଚାଷୀ ନେତା

0 71

ନୂଆଦିଲ୍ଲୀ, ୨୭ ।୧: ଗଣତନ୍ତ୍ର ଦିବସରେ ଚାଷୀମାନେ କରୁଥିବା ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଛି । ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀ ଓ ପୁଲିସ୍ ମଧ୍ୟରେ ଚାଲିଥିବା ସଂଘର୍ଷର ଭୟଙ୍କର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି । ଚାଷୀମାନେ ଲାଲକିଲ୍ଲାରେ ପ୍ରବେଶ କରି ପତାକା ମଧ୍ୟ ଉଡ଼ାଇଛନ୍ତି । ଏସବୁ ଭିତରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ଯୋଗେନ୍ଦ୍ର ଯାଦବ ଚାଷୀମାନଙ୍କୁ କୌଣସି ହିଂସାକାଣ୍ଡ ଓ ଭଙ୍ଗାରୁଜାରେ ସାମିଲ ନ ହେବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, ଯିଏ କେହି ବି ବର୍ଦ୍ଦିରେ ଥିବା ପୁଲିସ୍ ଅଧିକାରୀ ବା କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଚେଷ୍ଟା କରିଛି, ତାହା ନିନ୍ଦନୀୟ ଓ ଲଜ୍ଜାଜନକ । ଏହା ଆମ ଅନୁଶାସନର ବିପରୀତ । ଏହା ଘୃଣାଜନିତ କାର୍ଯ୍ୟ ଓ ଏହାକୁ କେବେ ହେଲେ ଗ୍ରହଣ କରାଯିବ ନାହିଁ । ଆମେ ବାରମ୍ବାର ମଞ୍ଚରୁ କହୁଛୁ ଯେ ଯେଉଁମାନେ ବର୍ଦ୍ଦିରେ ଅଛନ୍ତି, ସେମାନେ ବି କିଷାନ । ସେମାନଙ୍କ ସହ ଆମର କୌଣସି ଝଗଡ଼ା ନାହିଁ । ଯଦି ବି କେହି ପୁଲିସ୍କୁ ଆକ୍ରମଣ କରୁଛି, ତା’ହେଲେ ଆମେ ତା’କୁ ନିନ୍ଦା କରୁଛୁ । ଚାଷୀମାନେ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କେବେ ହେଲେ ଭାଙ୍ଗିବା ନାହିଁ । ପୁଲିସ୍ ଯେଉଁ ରାସ୍ତାରେ ରାଲି କରିବାକୁ ଅନୁମତି ଦେଉଛି, ସେଠାରେ ହିଁ ରାଲି କରନ୍ତୁ । ମୁଁ ଜାଣିଛି ୯୦% ଲୋକ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି । ୨ରୁ ୫ ଭାଗ ଲୋକଙ୍କ ପାଇଁ ପୂରା ଆନ୍ଦୋଳନ ବଦନାମ ହେଉଛି ବୋଲି ସେ କହିଛନ୍ତି

Leave A Reply

Your email address will not be published.