ବସ୍-ଟ୍ରକ୍ ଧକ୍କା: ଚାଲିଗଲା ୮ ଜୀବନ

0 78

ଜୟପୁର, ୨୭ ।୧: ରାଜସ୍ଥାନର ଟଙ୍କ-କୋଟା ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଗୋଟିଏ ଯାତ୍ରୀବାହୀ ବସ୍କୁ ସିମେଣ୍ଟ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଆଉ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତାହାତମାନେ ଖାଟୁ ଶ୍ୟାମ ଜୀ ଠାରୁ ସେମାନଙ୍କର ଘର ମଧ୍ୟପ୍ରଦେଶର ରାଜଗଡ଼ ଯାଉଥିଲେ । ପୁଲିସ୍ର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଫୋର୍ସ ଟ୍ରାଭେଲର୍ରେ ୧୪ ଜଣ ଯାତ୍ରୀ ରହିଥିଲେ । ମିନି ବସ୍ର ଡ୍ରାଇଭର ସ୍ଥାନୀୟ ଓଭରବ୍ରିଜ୍ ଉପରେ ଓଭରଟେକ୍ କରୁଥିବା ବେଳେ ସାମ୍ନା ପଟୁ ଆଉ ଏକ ଗାଡ଼ି ଆସୁଥିବା ଦେଖି ବ୍ରେକ୍ ଲଗାଇଥିଲେ । ଏହି ସମୟରେ ପଛ ପଟୁ ଆସୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଖୁବ ଜୋରରେ ଉକ୍ତ ବସକୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଟ୍ରକର ଟ୍ରଲିଟି ସିଧା ବସ୍ ଉପରେ ପଡ଼ିଯାଇଥିଲା । ଏହା ମଧ୍ୟରେ ଚାପି ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ବସ୍ ମଧ୍ୟରୁ ୪ ଜଣଙ୍କୁ ବାହାର କରି ଟଙ୍କରେ ଥିବା ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏବେ ବି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.