ରାଜପଥରେ ଶକ୍ତି ଦେଖାଇଲା ରାଫେଲ

0 68

ନୂଆଦିଲ୍ଲୀ, ୨୭ ।୧: ଦିଲ୍ଲୀ ରାଜପଥରେ ଗର୍ଜିଲା ରାଫେଲ । ସାରା ଦେଶକୁ ଦେଖାଇଲା ଶକ୍ତି ଲଢ଼ୁଆ ବିମାନ । ସାଧାରଣତନ୍ତ୍ର ଅବସରରେ ଦିଲ୍ଲୀ ରାଜପଥରେ ଉଡିଛି ରାଫେଲ । ଚଳିତବର୍ଷର ପ୍ୟାରେଡରେ ସେନା ପ୍ରଥମଥର ପାଇଁ ଲଢୁଆ ବିମାନ ରାଫେଲ ଉଡାଣ ଭରିଛି । ଏହାସହ ଦୁଇଟି ଜାଗୁଅର, ମିଗ-୨୯, ୯୦ ଟ୍ୟାଙ୍କ୍, ରାମବିଜୟ, ସୁଖୋଇ-୩୦, ଏମ୍ଆଇ-୧୭, ଏମ୍ଆଇ-୩୫, ଏମକେ ଲଢୁଆ ବିମାନ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ସହ ଶକ୍ତି ପ୍ରଦର୍ଶନ କରିଛି ସେନା । ୧୪୦ ଏୟାର ଡିଫେନ୍ସ ରେଜିମେଣ୍ଟର କ୍ୟାନେ୍ ପ୍ରୀତି ଚୈଧରୀ ଅପଗ୍ରେଡେଡ୍ ଶିଳକା ୱେପନ୍ ସିଷ୍ଟମକୁ ପ୍ରଦର୍ଶନ କରିଛନ୍ତି । ସେହିପରି ଭାରତୀୟ ନୌସେନା ୧୯୭୧ ଡିସେମ୍ବର୪ ଓ ୫ରେ କରାଚି ବନ୍ଦର ଉପରେ କରିଥିବା ଆକ୍ରମଣର ଝଲକ ଦେଖାଇଛି । ଏହାସହ ଆଇଏନଏସ ବିକ୍ରାନ୍ତ ଓ ଅଲାଇଜ୍ ଏୟାରକ୍ରାଫ୍ଟର ଫ୍ଲାଇଂ ଅପରେସନକୁ ପ୍ରଦର୍ଶିତ କରାଯାଇଛି । ବାୟୁସେନା ପକ୍ଷରୁ ଲଢୁଆ ବିମାନ ଏସୟୁ-୩୦କୁ ପରେଡରେ ସାମିଲ କରାଯାଇଛି । ଏହି ପରେଡରେ ମହିଳା ପାଇଲଟ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ସ୍ଥଳ ସେନା ପକ୍ଷରୁ ମଧ୍ୟ ପରେଡ୍ ହୋଇଛି । ଡିଆରଡିଓ ମଧ୍ୟ ନିଜର ଅସ୍ତ୍ରଶସ୍ତ୍ରର ଶକ୍ତି ପ୍ରଦର୍ଶନ କରିଛି । ଏନସିସି ପକ୍ଷରୁ ମାର୍ଚ୍ଚ ପାଷ୍ଟ୍ କରାଯାଇଛି । ସୀମା ଠାରୁ ସାଂସଦ ଯାଏଁ ଆଜି ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଦେଶବାସୀ ଆନନ୍ଦ ଉଲ୍ଲାସର ସହ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରୁଛନ୍ତି । ଏହି ଅବସରରେ ପ୍ରତିବର୍ଷ ଭଳି ନୂଆଦିଲ୍ଲୀର ରାଜପଥରେ ପରେଡ୍ ଆୟୋଜିତ ହୋଇଛି ।

Leave A Reply

Your email address will not be published.