ସଂଗୀତର ତାଳେ ତାଳେ ନାଚିଲେ ମମତା

0 60

କୋଲକାତା: ପୁଣିଥରେ ସଂଗୀତର ତାଳେତାଳେ ଡ୍ୟାନ୍ସ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବରୁ ଷ୍ଟେଜ୍ ଉପରେ ଜବରଦସ୍ତ ଡ୍ୟାନ୍ସ କରିଥିବା ମମତା ଏଥର ଗଣ ବିବାହ କାର୍ଯ୍ୟକ୍ରମରେ ଅଣ୍ଟା ଓ ଗୋଡ଼ ହଲାଇଛନ୍ତି । ଅଲୀପୁରଦୂଆର ଜିଲ୍ଲାର ଫଲାକଟା ଠାରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ମମତା ନାଚୁଥିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଗଣବିବାହ କାର୍ଯ୍ୟକ୍ରମରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ସମୟରେ ମମତା ବାନାର୍ଜୀ ଅନ୍ୟ ଆଦିବାସୀ ମହିଳାଙ୍କ ସହ ମିଶି ନାଚିବା ଆରମ୍ଭ କରିଥିଲେ । ନୃତ୍ୟଶିଳ୍ପୀ ମାନଙ୍କ ହାତ ଧରି ଓ ସେମାନଙ୍କ ତାଳରେ ତାଳ ମିଶାଇ ମମତା ଗୋଡ଼ ମଧ୍ୟ ହଲାଇ ବେଶ ଚମକ୍ରାର ଢଙ୍ଗରେ ନାଚିଥିଲେ । ପ୍ରଥମେ ଗୋଟିଏ ଗ୍ରୁପ୍ର ମହିଳାଙ୍କ ସହ ନାଚିବା ପରେ ସେ ଆଉ ଗୋଟିଏ ଗ୍ରୁପ୍ରେ ସାମିଲ ହୋଇଥିଲେ । ଏହାପୂର୍ବରୁ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ବାସନ୍ତୀ ହେମ୍ବ୍ରମଙ୍କ ସହ ମିଶି ମଧ୍ୟ ମମତା ନାଚିଥିଲେ ।

Leave A Reply

Your email address will not be published.