ଭାରତୀୟ ହୋଇଥିବାରୁ ଭାଗ୍ୟବାନ୍ ମନେକରୁଛି: ରତନ ଟାଟା

0 73

ନୂଆଦିଲ୍ଲୀ, ୬ ।୨: କିମ୍ବଦନ୍ତୀ ଭାରତୀୟ ବ୍ୟବସାୟୀ ଏବଂ ଟାଟା ଟ୍ରଷ୍ଟ୍ର ଅଧ୍ୟକ୍ଷ ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ବହୁସଂଖ୍ୟକ ଟୁଇଟର୍ ବ୍ୟବହାରକାରୀ ଚଳାଇଥିବା ଅଭିଯାନର ଅବସାନ ଘଟିବା ଆବଶ୍ୟକ ବୋଲି ସ୍ୱୟଂ ରତନ ଟାଟା କହିଛନ୍ତି । ଟୁଇଟରେ ଦେଇଥିବା ଏକ ବିବୃତିରେ ଆଜି ସେ କହିଛନ୍ତି, ପୁରସ୍କାର ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ କିଛି ବ୍ୟକ୍ତି ବ୍ୟକ୍ତ କରିଥିବା ଭାବାବେଗକୁ ପ୍ରଶଂସା କରୁଥିଲେ ମଧ୍ୟ ଏଭଳି ଅଭିଯାନ ବନ୍ଦ କରିବା ଲାଗି ମୁଁ ସବିନୟ ଅନୁରୋଧ କରୁଛି । ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବା ଲାଗି ଦାବି କରି ସାମାଜିକ ଗଣମାଧ୍ୟମରେ ଚାଲିଥିବା ଅଭିଯାନ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ରତନ ଟାଟା କହିଛନ୍ତି, ବରଂ ଜଣେ ଭାରତୀୟ ହୋଇ ଭାରତର ଅଭିବୃଦ୍ଧି ଓ ସମୃଦ୍ଧିରେ ଅବଦାନ ଦେବାକୁ ଉଦ୍ୟମ କରିଥିବାରୁ ମୁଁ ଭାଗ୍ୟବାନ ମନେକରୁଛି । ଟାଟା ସାମ୍ରାଜ୍ୟର ଏହି ୮୩ ବର୍ଷିୟ ଉତ୍ତରାଧିକାରୀ ରତନ ହେଉଛନ୍ତି ହାଭାର୍ଡ ବିଜ୍ନେସ୍ ସ୍କୁଲ୍ର ସ୍ନାତକ । ଭାରତର ଅଭିବୃଦ୍ଧି ସହ କର୍ମସଂସ୍ଥାନ ସୃଷ୍ଟି କରି ସେ ଟାଟା ଶିଳ୍ପକୁ ସଫଳତାର ଶିଖରରେ ପହଞ୍ଚାଇଛନ୍ତି । ରତନ ଟାଟାଙ୍କୁ ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଶୁକ୍ରବାର ଠାରୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଭାରତ ସରକାରଙ୍କୁ ଟୁଇଟ୍ କରି ଦାବି ଜଣାଇ ଆସୁଛନ୍ତି ।

Leave A Reply

Your email address will not be published.