ଗଞ୍ଜେଇ କାର ସହ ଦୁଇଜଣ ଅଟକ

0 69

ମୁନୀଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସକୁ ଗଞ୍ଜେଇ ଧରିବାରେ ସଫଳତାପରେ ସଫଳତା ହାସଲ କରି ଚାଲିଛନ୍ତି। ଆଗରୁ ଗଞ୍ଜେଇ  ଚୋରା ଚାଲାଣ କୁ ସେତେଟା ଗୁରୁତ୍ବ ଦେଉନଥିବାରୁ କେତେକ ଦଲାଲଙ୍କ ହସ୍ତକ୍ଷେପ ରେ ଥାନାରୁ ସହଜରେ ଖସିଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏଵେ ଗଞ୍ଜେଇ ଦଲାଲଙ୍କ ଅଭିନଵ ଉପାୟରେ ଚୋରା ଚାଲାଣ କୁ ବିଷମକଟକ ଏସ୍ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଙ୍କ ଜାଦୁ ବିଦ୍ୟାରେ ଚୋରା ଵେପାରୀମାନେ ଖସି ଯାଇପାରୁ ନ ଥିବାରୁ, କେତେବେଳେ କୁଣ୍ଡା ବୋଝେଇ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ,କେତେବେଳେ ପଣସ ଟ୍ରକରେ, ପିଚୁ ଡ୍ରମରେ, ଅନ୍ୟ କେତେକଙ୍କ ର ଷ୍ଟେସନ କୁ ନେଉଥିବାଵେଳେ ଗଞ୍ଜେଇ ଧରିବାରେ ମୁନିଗୁଡା ପୋଲିସକୁ ସଫଳତା ମିଳିଛି। ଗତକାଲି କେନ୍ଦୁଗୁଡାରୁ ରାୟପୁରୁ ଯିଵା ସମୟରେ ଵଡଧାଣ୍ଡରା ପାଖରେ ଗୋଟିଏ କାରରେ ଗଞ୍ଜେଇ ଵୋଝେଇ ହୋଇ ଯାଉଥିଵା ଜାଣି ଏସ୍ ଡି ପି ଓ ଶ୍ରୀ ସାହୁଙ୍କ ନିର୍ଦ୍ଦେଶନାରେ ଆଇ ଆଇ ସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ ନେତୃତ୍ୱରେ  ଏସ୍ ଆଇ ଚନ୍ଦ୍ରମା ଶବର, ପୋଲିସ ନିରଞ୍ଜନ ଦାଶ, ପେଦେଣ୍ଡୁ ନାୟୂଡୁ, ପ୍ଲାଟୁନ୍ କମାଣ୍ଡର ଶ୍ରୀ ଟୁଲୁ ପାଢି, ମନୁପାଣିଗ୍ରାହି, ଗଣେଶ ସାହୁ, ରାମ ନାୟକ, ଗଣଦେବ ପଲକିଆ, ସୁଶୀଳ ଗନ୍ତାୟତ ସମେତ ଏକ ପୋଲିସ ଟିମ୍ ଏହି ଗଞ୍ଜେଇ କାର ଓ ସମ୍ପୃକ୍ତ ଦୁଇଜଣ ଙ୍କୁ ଥାନାରେ ଅଟକ ରଖି ତଦନ୍ତ କରି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି। ଆଇ ଆଇ ସି ମାଡାମ ଓ ଏବେକାର ଏସ୍ ଡି ପି ଓ ଙ୍କୁ ଏଥି ସହ ଜନ ହିତକର କେତେକ କାର୍ଯ୍ୟ କୁ ତ୍ବରାନ୍ବିତ କରିବାକୁ ପ୍ରଚେଷ୍ଟା କରୁଥିବାରୁ ଜନସାଧାରଣ ମୁନୀଗୁଡା ପୋଲିସ୍ ଙ୍କୁ ବଧାଇ ଜଣାଇଛନ୍ତି ଏବଂ ଏହି ପରି ମନୋଭାବ ଆଗକୁ ଜାରି ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.