ବିଲଡ଼ରଙ୍କ ଦଖଲରେ ଠାକୁରଙ୍କ ଜମି

0 67

ପିପିଲି,୭/୨:ପିପିଲି ଅଂଚଳର ଏକାଧିକ ମୌଜାର ସରକାରୀ ଓ ଗୋଚର ଜମି ଏବେ କେତେକ ବିଲଡ଼ରଙ୍କ ଦଖଲରେ । ସରକାରୀ ଜମି ବାଦ ଏମାନେ ଠାକୁରଙ୍କ ଜମି ମଧ୍ୟ ଦଖଲକୁ ନେବାକୁ ପଛାଉ ନାହାନ୍ତି । ପିପିଲି ତହସିଲ ଅନ୍ତର୍ଗତ ପୁବାଶାସନ ଗ୍ରାମବାସୀ ଏଭଳି ଏକ ସଙ୍ଗୀନ ଅଭିଯୋଗ କରିଛନ୍ତି । ଉକ୍ତ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଗୋପିନାଥ ଦେବଙ୍କର ସ୍ଥାନୀୟ ଏକଚାଳିଆ ମୌଜାର ଖାତା ୩୫୮, ପ୍ଲଟ-୩୫୧ରେ ମୋଟ ୩୨ ଡ଼ିସିମିଲ ଜମି ଅଛି । ତେବେ କେଇଜଣ ବିଲଡ଼ର ଜୋର ଜବରଦସ୍ତ ଠାକୁରଙ୍କର ଉକ୍ତ ଜମି ଦଖଲ କରି ରାସ୍ତା ଆଦି ନିର୍ମାଣ କରିଛନ୍ତି । ଏ ନେଇ ଏଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ତେବେ ଏହା ଚାଷ ଜମି ହୋଇଥିବାରୁ ଏଥିରୁ ହେଉଥିବା ଆୟରୁ ଠାକୁରଙ୍କର ଦୈନଦିନ ନିତୀ ଓ ପୂଜା ଆଦି କରାଯାଉଥିଲା । ବିଲଡ଼ର ଓ ଜମି ମାଫିଆଙ୍କ ଯୋଗୁ ଏବେ ଉକ୍ତ ଠାକୁରଙ୍କର ପୂଜାନିତୀରେ ବାଧା ଦେଖାଦେଇଛି । ଠାକୁରଙ୍କ ଜମିରୁ ଜବର ଦଖଲ ହଟାଇବା ସହ ସମ୍ପୃକ୍ତ ବିଲଡ଼ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୁବାଶାସନ ଗ୍ରାମବାସୀ ଦେବତୋର କମିଶନର, ପିପିଲି ତହସିଲଦାର ଓ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.