ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

0 70

ଭୁବନେଶ୍ବର ୧୧।୨: ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତାକଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଏହାସହ ମୃତ ମହିଳାଙ୍କ କଟାମୁଣ୍ଡ ମଧ୍ୟ ମିଳିଥିବା ଜଣାପଡିଛି । ତେବେ ଏ ନେଇ ପୋଲିସ ପକ୍ଷରୁ କିଛି ସ୍ପଷ୍ଟ ଭାବେ ସୂଚନା  ଦିଆଯାଇନଥିବା ବେଳେ ଅଭିଯୁକ୍ତ ଗିରଫ ହେବା ପରେ କଟାମୁଣ୍ଡ ମିଳିଥିବା ନେଇ ଅନୁମାନ କରାଯାଉଛି । କାରଣ ଅଭିଯୁକ୍ତମାନଙ୍କୁ ଗିରଫ ପରେ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରିଥିଲା ପୋଲିସ । ଅଭିଯୁକ୍ତମାନେ କେଉଁଠାରେ ହତ୍ୟା କଲେ, ଗଣ୍ଡି-ମୁଣ୍ଡ କିଭଳି ଅଲଗା ଅଲଗା ସ୍ଥାନରେ ପକାଇଲେ ସେ ନେଇ ପୋଲିସକୁ ସୂଚନା ଦେଇପାରିଥାନ୍ତି ବୋଲି କୁହାଯାଉଛି । ତେବେ ଦୁଇ ଅଭିଯୁକ୍ତକୁ ଗିରଫ କରିବା ପରେ ପୋଲିସ ସେମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ବୋଲି ଅନୁମାନ କରାଯାଉଛି । କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବା ପରେ ହିଁ କେମିତି ହତ୍ୟା କଲେ, ମୁଣ୍ଡ-ଗଣ୍ଡି ଅଲଗା ଅଲଗା ସ୍ଥାନରେ କେମିତି ଫିଙ୍ଗିଲେ ତାହାର ସ୍ପଷ୍ଟ ସୂଚନା ମିଳିପାରିବ । ସେପଟେ ମୃତ ମହିଳାଙ୍କର ପରିଚୟ ମଧ୍ୟ ପୋଲିସକୁ ମିଳିସାରିଛି । ମୃତ ମହିଳା ଜଣଙ୍କ ମଞ୍ଚେଶ୍ବର ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମୃତ ମହିଳାଙ୍କ ସ୍ବାମୀ ବୋଲି ମଧ୍ୟ କୁହାଯାଉଛି । ତେବେ ସ୍ବାମୀ କ’ଣ ମହିଳାଙ୍କ ମୁଣ୍ଡ-ଗଣ୍ଡି ଅଲଗା ଅତି ନୃସଂଶ ଭାବେ ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛନ୍ତି ନା ହତ୍ୟା ପଛରେ କିଛି ପାରିବାରିକ କଳହ ରହିଛି । ହତ୍ୟାକାଣ୍ଡ ପଛରେ କିଛି ଘଟଣା ଲୁଚି ରହିଛି ଯାହାର ସଠିକ୍ ତଥ୍ୟ ପାଇବା ପାଇଁ ଛାନଭିନ୍ ଜାରି ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ଦିନ ଭୁବନେଶ୍ବର ଉପକଣ୍ଠ ଅନ୍ଧାରୁଆ-ଦାସପୁର ରାସ୍ତାକଡ ଏକ ବୁଦା ମୂଳରୁ ମହିଳାଙ୍କ ମୃତଦେହ ମିଳିଥିଲା । ଯାହାକୁ ନେଇ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏପରିକି ମୃତଦେହକୁ ୨ ଥର ପୋଷ୍ଟମର୍ଟମ କରିଥିଲା ପୋଲିସ । ପୋଷ୍ଟ ମର୍ଟମ ରିପୋର୍ଟରୁ ମହିଳା ଜଣଙ୍କ ଗର୍ଭବତୀ ଥିବା ମଧ୍ୟ ଜଣାପଡିଥିଲା । ମହିଳାଙ୍କ ପରିଚୟ ମିଳିନଥିବା ବେଳେ ବିଭିନ୍ନ ସ୍ଥାନରେ ମହିଳାଙ୍କ ପୋଷ୍ଟର ଲଗାଇଥିଲା ପୋଲିସ । ତେବେ ମହିଳାଙ୍କ ପରିଚୟ ମିଳିଥିବା ବେଳେ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିସାରିଛି ପୋଲିସ ।

Leave A Reply

Your email address will not be published.