ଧାନ କିଣାଯାଉ ନଥିବାରୁ ରାସ୍ତା ଅବରୋଧ

0 69

ପାରଳାଖେମୁଣ୍ଡି, ୧୧ା୨ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଉପଲଡା ଏବଂ ସିଙ୍ଗିପୁର ଅଞ୍ଚଳର ଚାଷୀମାନେ ସେମାନଙ୍କର ଧାନ ମଣ୍ଡିରେ କିଣାଯାଉ ନଥିବାରୁ ରାସ୍ତାରେ ଧାନ ଟ୍ରକ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି । ଏହି ଚାଷୀମାନେ ଟୋକେନ ପାଇଥିଲେ ମଧ୍ୟ ମିଲରମାନେ ଧାନ କ୍ରୟ କରୁନଥିବା ଅଭିଯୋଗ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ସତ୍ତେ୍ୱ କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ଏହି ଚାଷୀମାନେ ରାସ୍ତାକୁ ଓହ୍ଲାଇଥିବା କହିଛନ୍ତି । ଧାନ ଲୋଡଥିବା ଗାଡି ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି ଏହି ଚାଷୀମାନେ । ପାରଳାଖେମୁଣ୍ଡି-ମୋହନା-ରାମଗିରି-ବ୍ରହ୍ମପୁର ମୁଖ୍ୟରାସ୍ତାର ଉପଲଡା ନିକଟସ୍ଥ ସିଙ୍ଗିପୁର ଛକ ନିକଟରେ ରାସ୍ତା ଅବରୋଧ କରାଯାଇଥିବାର ଦେଖିବାକୁ ମିଳିଛି । ଜିଲ୍ଲା ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ସେଠୀ ଓ ଗୁରାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଧାନ କିଣିବା ପ୍ରତିଶ୍ରୁତି ଦେବାପରେ ଦୀର୍ଘ ସମୟର ରାସ୍ତାରୋକ ହଟିଥିଲା । ରାସ୍ତା ଅବରୋଧ ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.