ବିପଦ ସଙ୍କୁଳ ଅଙ୍ଗନୱାଡୀ କେନ୍ଦ୍ର – ପୁନଃ ମରାମତି କେବେ?

0 142

ଧର୍ମଗଡ,୧୧/୨ : ରାଜ୍ୟ ସରକାର ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ପ୍ରଚୁର ଅର୍ଥ ବ୍ୟୟ ବରାଦ କରୁଥିବାବେଳେ ପ୍ରସାସନିକ ଉଦାସନିତା କାରଣରୁ ଏହାର ସୁଫଳ ରୁପାୟନ ହୋଇପାରୁନାହିଁ ।ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଧର୍ମଗଡ ବ୍ଳକ ର ଅନେକ ଅଙ୍ଗନୱାଡି କେନ୍ଦ୍ର ମାନଙ୍କରେ । ବେହେରା ଗ୍ରାମ ପଞ୍ଚାୟତ ର ସେଣ୍ଟର ନଂ ୧(ବାଙ୍କିମୁଣ୍ଡା କେନ୍ଦ୍ର) ରେ କାନ୍ଥ ଗୁଡିକରେ ବଡ ବଡ ଫାଟ,ଲୁହାଛଡ ସବୁ ବାହାରକୁ ବାହାରି ପଡିଥିବାବେଳେ ବର୍ଷା ଦିନରେ ଛାତରୁ ପାଣି ଗଳି, ନାହି ନଥିବା ଅସୁବିଧା ସୃଷ୍ଟି କରୁଅଛି । ସେହିପରି କେନ୍ଦ୍ର ନଂ ୩ ସଂପୁର୍ଣ୍ଣ ବିପଦ ସଙ୍କୁଳ ଅବସ୍ଥା ଯୋଗୁ ଉକ୍ତ କେନ୍ଦ୍ର କୁ ତାଳା ପକାଇ ଗ୍ରାମ ପଞ୍ଚାୟତ କୁ ହସ୍ଥାନ୍ତର କରାଯାଇଅଛି । କେନ୍ଦ୍ର ନଂ ୪ ଓ ଗଇନ୍ତା ପଡା କେନ୍ଦ୍ର ଏ ଯାବତ ନୂତନ ବିଲ୍ଡିଂ ତିଆରି ହୋଇ ପାରିନାହିଁ । ତେଣ୍ଡାପାଳି ପଞ୍ଚାୟତସ୍ଥ ନିମପଡା ଅଙ୍ଗନୱାଡି କେନ୍ଦ୍ର ର ନୂତନ ବିଲ୍ଡିଂ ଜନୈକ ଠିକାଦାର ଚାରିବର୍ଷତଳେ ନିର୍ମାଣ କରୁଥିବା ବେଳେ ,ନିମ୍ନମାନ କର୍ଯ୍ୟପାଇଁ ଗ୍ରାମବାସୀ ଅଭିଯୋଗ କରିବାରୁ ସେହିକାମ ସେହି ଦିନ ଠାରୁ ବନ୍ଦ ପଡିରହିଛି । ଧଅଁରପୁର ପଞ୍ଚାୟତ ର କେନ୍ଦ୍ର ନଂ ୨ ର ବିଲ୍ଡିଂ ନିର୍ମାଣ କାର୍ଯ୍ୟ ବିଗତ ୨୦୧୬ ରୁ ଏଯାବତ ସଂପୁର୍ଣ୍ଣ ହୋଇପାରି ନାହିଁ । ସେହି ପଞ୍ଚାୟତ ର କେନ୍ଦ୍ର ନଂ୧ ବିଗତ ଛଅ ବର୍ଷ ହେଲା ସପୁର୍ଣ୍ଣ ଭୂଷୁଡି ପଡି ଥିଲେ ମଧ୍ୟ ପୁନଃ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।ଏ ସମ୍ପର୍କରେ ସି.ଡ.ିପ.ିଓ. ଧର୍ମଗଡ ସୁଚରିତା ମହାପାତ୍ରଙ୍କୁ ପଚାରିବାରୁ ବିଲ୍ଡିଂ ନହେଲେ ଆମେ କିଛି କରିପାରିବୁ ନାହିଁ,ତାହା ବି.ଡି.ଓ. କହି ପାରିବେ,ବିଲ୍ଡିଂ ବୁଝିବା ଆମ କାମ ନୁହେଁ ବୋଲି କଥା କୁ ଏଡାଇ ଦେଇଥିଲେ ।
ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଯୋଜନା ସମ୍ପାଦିତ ହେଉଥିବା ବେଳେ ଏପରି ଅବ୍ୟବସ୍ଥା ପ୍ରକୃତ କାଯ୍ୟକାରୀତା ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସଂପୃକ୍ତ ଅଙ୍ଗନୱାଡି କେନ୍ଦ୍ର ର କର୍ମୀମାନେ ପ୍ରକାଶ କରିଥିଲେ ।ଏଣୁ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବାକୁ ସାଧାରଣରେ ଦାବି ହେଉଅଛି ।

Leave A Reply

Your email address will not be published.