ଆନ୍ଧ୍ରର ଷଡଯନ୍ତ୍ର ବିଫଳ, ଓଡିଶାରୁ ଜଣେ ହେଲେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେଲେ ନାହିଁ

0 71


ପାରଳାଖେମୁଣ୍ଡି, ୧୩ା୨ : ଓଡିଶାର ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ଆନ୍ଧ୍ର ଜବରଦସ୍ତ ଅନାଧିକାର ପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଥିଲା ତାହା ଶେଷରେ ଫସର ଫାଟିଲା । ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ହୋଇଥିଲା । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ ଗଜପତି ଜିଲ୍ଲାର ଜଣେ ହେଲେ ଭୋଟର ଆନ୍ଧ୍ର ପଞ୍ଚାୟତ ନିର୍ବର୍ାଚନରେ ଭୋଟ ଦେଇନଥିବା ସୂଚନା ମିଳିଛି । ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଆନ୍ଧ୍ର ନିର୍ବର୍ାଚନର ବହୁ ପୂର୍ବରୁ ଠିକ୍ ସମୟରେ ଗଜପତି ପ୍ରଶାସନ ଏହାର ଦୃଢ ପ୍ରତିବାଦ କରିବା ସହ ଓଡିଶାର ଗ୍ରାମ ଗୁଡିକରେ ଗଜପତି ଅଧିକାରୀମାନେ ସଜାଗ ହେବା ପରେ ଆନ୍ଧ୍ରର ଷଡଯନ୍ତ୍ର ଫସର ଫାଟିଥିଲା । ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଦୁଇ ଜଣ ମହିଳା ପ୍ରାର୍ଥିନୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ବେଳେ ସମସ୍ତ ଗ୍ରାମବାସୀ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବୁ ନାହିଁ ବୋଲି ଗଜପତି ପ୍ରଶାସନର ବାରମ୍ବାର ବୈଠକ ଓ ଆଲୋଚନା ପରେ ଲୋକେ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ଅନୁଯାୟୀ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ମହେନ୍ଦ୍ରଗିରି ପାଦଦେଶରେଥିବା ଗଙ୍ଗାବାଡ, ମାଧିଆଖାଲ, ଗୁଡିଖୁଡି, ମାଣିକପାଟଣା, ବୁରୁସିଂ, ଅମାରିଙ୍ଗି ଆଦି ଗ୍ରାମର ଜଣେ ହେଲେ ଭୋଟର ଆଜି ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟକୁ ବର୍ଜନ କରିଛନ୍ତି ବୋଲି ଉପଜିଲ୍ଲାପାଳ ଶ୍ରୀ ପଣ୍ଡା ସୂଚନା ଦେଇ କହିଛନ୍ତି । ଗ୍ରାମବାସୀମାନେ ସେମାନଙ୍କ ପ୍ରତିଶ୍ରୁତିକୁ ପାଳନ କରିଥିବାରୁ ଗଜପତି ପ୍ରଶାସନ ତରଫରୁ ସେମାନଙ୍କୁ ସାଧୁବାଦ ଜଣାଉଛି । ଏହି ସମସ୍ତ ଗ୍ରାମର ଜନସାଧାରଣଙ୍କ ସୁବିଧା ପାଇଁ ଗଜପତି ପ୍ରଶାସନ ତରଫରୁ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

Leave A Reply

Your email address will not be published.