ପିକ୍ଅପ୍ ଭ୍ୟାନ ସହ ୧୪୮ଖଣ୍ଡ ଶାଳ କାଠ ଜବତ, ଦୁଇ ଗିରଫ

0 71

ପାରଳାଖେମୁଣ୍ଡି, ୧୩ା୨ – ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ୍ ଭ୍ୟାନରେ ୧୪୮ ଖଣ୍ଡ ଚୋରା ଶାଳ କାଠ ଚାଲାଣ ହେଉଥିବାବେଳେ ଜବତ ହୋଇଛି । ଘଟଣାରୁ ପ୍ରକାଶ ଅଡବା ଛକ ନିକଟରେ ଏକ ପିକଅପ୍ ଭ୍ୟାନ ନମ୍ବର ଓଆର ୦୨ ଏଜେ ୪୯୦୪କୁ ଅଟକାଇ ତନଖି କରିବାରୁ ସେଥିରେ ଏହି ଚୋରା କାଠ ଚାଲାଣ ହେଉଥିବାର ଜଣାପଡିଥିଲା । ଉକ୍ତ ଗାଡିଟି ପଛରେ ଦୁଇ ଜଣ ଏକ ବାଇକ ଯୋଗେ ନମ୍ବର ଓଡି ୦୭ ଏଜି ୦୭୭୮ରେ ଯାଉଥିବାବେଳେ ସେମାନଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିବାରୁ ସେମାନେ ଏହି କାଠ ଚାଲାଣ କରୁଥିବାର ଜଣାପଡିଥିଲା । ଏହି କାଠ ସହ ଉକ୍ତ ପିକଅପ୍ ଭ୍ୟାନ ଓ ବାଇକୁ ଜବତ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । କାଠ ଚୋରା ଚାଲାଣ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ଉଚ୍ଚାଭଲ୍ଲ ଗ୍ରାମର ଦିନେଶ ଦୋରା, ଗଞ୍ଜାମ ଜିଲ୍ଲା ଖଣ୍ଡ ପେଭିକି ଗ୍ରାମର ସିମାଞ୍ଚଳ ସେଠୀଙ୍କୁ ଗିରଫ କରାଯାଇଛି । ଏହି କାଠ ଗୁଡିକ ବିରିକୋଟ ଅଞ୍ଚଳରୁ ବ୍ରହ୍ମପୁର ଚାଲାଣ ହେଉଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ କାଠର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି । ଜବତ କାଠ, ଗାଡି ଏବଂ ଗିରଫ ଅଭିଯୁକ୍ତଙ୍କୁ ମୋହନା ବନବିଭାଗକୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.