ଅଁଲାପାଳି ୟଙ୍ଗ ଷ୍ଟାର ଗ୍ରୁପ୍ ପକ୍ଷରୁ ଭଲିବଲ୍ ଟର୍ଣ୍ଣlମେଣ୍ଟ ଉଦଯାପିତ

0 69

ମ. ରାମପୁର:୧୩/୨(ଡିକେ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ର ଅଁଲାପାଳି ଗିରିଗୋବର୍ଦ୍ଧନ ଖେଳ ପଡିଆ ଠାରେ ୟଙ୍ଗ ଷ୍ଟାର ଗ୍ରୁପ୍ ଅଁଲାପାଳି ତରଫରୁ ଆୟୋଜିତ ଏକଦିବସୀୟ ଭଲିବଲ୍ ଟର୍ଣ୍ଣlମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏହି ଟର୍ନାମେଣ୍ଟ ରେ ସର୍ବମୋଟ ୧୦ ଗୋଟି ଦଳ ଅଂଶ ଗ୍ରହଣ  କରିଥିବା ବେଳେ  ମ. ରାମପୁର ଦଳ ଏବଂ ଭାଟେଲ୍  ଦଳ  ଫାଇନାଲ୍ ସ୍ତର ରେ ପହଞ୍ଚିଥିଲେ ଏଥିରେ ମ. ରାମପୁର ଦଳ କୁ ୨.୦ ରେ ପରାସ୍ତ କରି ଭାଟେଲ ଦଳ ବିଜୟୀ ହାସଲ କରିଥିଲେ। ଗୀରିଗୋବର୍ଦ୍ଧନ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନନ୍ଦ କିଶୋର ସାହୁ ଉଦଯାପନୀ ପ୍ରତିଯୋଗିତା ର ଶୁଭାରମ୍ଭ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଯୁବ ଉଦ୍ୟୋଗୀ ଶ୍ରୀଯୁକ୍ତ ବିଭୂ ପ୍ରସାଦ ସାହୁ ଯୋଗଦେଇ ଥିଲେ। ଏଵଂ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଭବାନୀ ଶଙ୍କର ସାହୁ(  ସମିତି ସଭ୍ୟ ସାଇଦଲଙ୍ଗା ଗ୍ରାପ), ଶ୍ରୀଯୁକ୍ତ ଯତୀନ କୁମାର୍ ସାହୁ ( ମ. ରାମପୁର ଓକିଲ ସଂଘ), ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ (ପ୍ରଧାନ ଶିକ୍ଷକ ଅଁଲାପାଳି ଉ.ପ୍ରା ବିଦ୍ୟାଳୟ ), ଶ୍ରୀଯୁକ୍ତ କଳିକିରାମ୍ ବଗର୍ତ୍ତି ( ଅଧ୍ୟାପକ ମ. ରାମପୁର  ମହାବିଦ୍ୟାଳୟ), ଯୁବ ସାମ୍ବାଦିକ ଜଗତ ସାହୁ, ନେତ୍ରାନନ୍ଦ ସାହୁ, ରାଜନ ସାହୁ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହ କରିଥିଲେ।ଏଥିରେ ଭୋଜରାଜ୍ ଭୋଇ ବହୁତ୍ ସୁନ୍ଦର୍ ଭାବରେ ଧାରା ବିବରଣୀ ଉପସ୍ଥାପନା କରିଥିବା ବେଳେ ରେଫରୀ ଭାବରେ ଲିଙ୍ଗରାଜ ମାଝୀ ଓ ନୀଳମଣି ପରିଡ଼ା ପରିଚାଳନା କରିଥିଲେ। ଶେଷରେ ବିଜୟୀ ଦଳ ଭାଟେଲ୍ କୁ ଟ୍ରଫି ସହ ୧୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ଏଥିରେ ଆୟୋଜକ  ୟଙ୍ଗ ଷ୍ଟାର ଗ୍ରୁପ୍ ଅଁଲାପାଳି ର  ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Leave A Reply

Your email address will not be published.