ଅଜଣା ରୋଗରେ ପୀଡିତ ପରିବାର ର ୭ ଜଣ

0 110

କଲ୍ୟାଣ ସିଂହପୁର (ଡ଼ି କେ ନ୍ୟୁଜ ତା-୧୩-୨-୨୧ରିଖ) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାର ଗୁରୁତୁଲି ଗାଁର ଅଜଣା ରୋଗରେ ଗୋଟିଏ ପରିବାରର ୭ଜଣ ମଧ୍ୟରୁ ୪ଜଣ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି ।ବାପା ମୋହନ କାଶୀ ଓ ସମ୍ପର୍କ କହିବା ଅନୁଯାୟୀ ଗୋଟିଏ ପରିବାରର ବାପା ମୋହନ କାଶୀ, ସ୍ତ୍ରୀ ତୁଲୁସା କାଶୀ, ପୁଅ ଲମ୍ୱୋଦର କାଶୀ (୧୮),ଝିଅ ମମତା କାଶୀ (୧୬), ଝିଅ ନମିତା କାଶୀ (୧୪), ଝିଅ ଦୂତିକା କାଶୀ (୧୪), ପୁଅ ଉମେଶ କାଶୀ (୮) ରହିଛନ୍ତି । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ର ଅଟନ୍ତି । ୫ବର୍ଷପୂର୍ବେ ପ୍ରଥମେ ପୁଅ ମୋହନ କାଶୀ ୭ମ ଶ୍ରେଣୀରେ ପାଠ ପଢ଼ଥିବାବେଳେ ତାକୁ ହଠାତ୍ ଆସ୍ତେ ଆସ୍ତେ ହାତ ଗୋଡ ସରୁ ହେବାସହିତ ଆଖି ର ଭୁଲତା ବନ୍ଦ ହୋଇଗଲା । ଆଖି ଦେଖା ଗଲାନାହି । ହାତ ଗୋଡ ବଙ୍କା ହେଇଗଲାଣି । ଠିକ୍ ସେ ଚାଲି ପାରୁନାହି । କପାଳରେ ଗୋଟିଏ କପଡା ସାହାଯ୍ୟରେ ବାନ୍ଧିଲେ ଆଖି ର ଭୁଲତା ଟେକିହେଲେ ଦେଖାଗଲେ ଅଙ୍କା ବଙ୍କା ହୋଇ ଚାଲୁଛି । ପାଦ ସମାନେ ପଡୁନାହିଁ । ଦେହରେ ବଳ ନଥିବାରୁ ବେଶୀ ସମୟ ଧରି ଠିଆ ନହେଇ ଶୋଇପଡୁଛି । ଏହାକୁ ନେଇ ପରିବାର ଲୋକେ ସ୍ଥାନୀୟ ଶିଖର ପାଇ ପ୍ରାଥମିକ ଚିକିତ୍ସା କୁ ନେଇ ଡାକ୍ତର ଙ୍କୁ ଦେଖାଇ ମେଡିସିନ ଖାଇଲେ। କିନ୍ତୁ ରୋଗ ନ କମିବାରୁ ପୁଅର ଉତ୍ତମ ଚିକିତ୍ସା ପାଇଁ ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ର କଲ୍ୟାଣସିଂହ ପୁର କୁ ଆଣି ଥିଲେ । ଏହି ଠାରେ ଡାକ୍ତର ରୋଗୀ ଙ୍କୁ ଚିକିତ୍ସା କରି ପୁଣି ଜିଲ୍ଲା ଚିକିତ୍ସାଳୟ କୁ ପଠାଇଥିଲେ । ସେହି ଠାରେ କିଛିଦିନ ରହି ଚିକିତ୍ସା ହେବାପରେ କୌଣସି ଡାକ୍ତର ରୋଗୀ ଙ୍କୁ ଭଲ ହେବ ନାହିଁ ବୋଲି କହିବାରୁ ପୁଅକୁ ନେଇ ଘରକୁ ଚାଲି ଆସିଲେ । ଏହାର ଏକ ବର୍ଷ ପରେ ପୁଣି ଦ୍ୱିତୀୟ ଝିଅ ନମିତା କାଶୀ (୧୪) ଙ୍କୁ ମଧ୍ୟ ଆସ୍ତେ ଆସ୍ତେ ଏହି ରୋଗ ବ୍ୟାପିବାରେ ଲାଗିଲାଣି ।ସେ ମଧ୍ୟ ହାତ ଗୋଡ ସରୁ ହେବା ସହ ପାଟି ଫିଟୁ ନାହିଁ । କଥା କହିବା ବେଳେ ଜିଭ ଓଲଟି ଯାଉଛି । ସେ ମଧ୍ୟ ଠିକ୍ ଭାବରେ ଚାଲି ପାରୁନାହିଁ । ଏହାକୁ ମଧ୍ୟ ବିଭିନ୍ନ ମେଡିକାଲ ବୁଲାଇ ପୁଣି ଘରେ ରଖିଛନ୍ତି । ବର୍ତ୍ତମାନ ପ୍ରାୟ ୩ମାସ ହେବ ବାପା ମୋହନ କାଶୀ ଓ ସାନ ଝିଅ ଦୁତିକା କାଶୀ (୧୦)  ଙ୍କ ହାତ ଗୋଡ ସରୁ ହେବା ସହ ପାଟି ଲାଗୁଚି । କଥା ହେବା ବେଳେ ପାଟି ଖାନି ମାରୁଚି । ଏହିପରି ପରିବାରରେ ୭ଜଣ ମଧ୍ୟରୁ ୪ଜଣ ଙ୍କ ଅବସ୍ଥା ଅଜଣା ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିବା ଗ୍ରାମବାସୀ ଓ ସମ୍ପର୍କୀମାନେ ଜାଣି ମେଡିକାଲ୍ ମେଡିସିନ ରେ ଭଲ ହେଉନାହିଁ ବୋଲି ଚେରମୂଳି ବୋଇଦ ପାଖକୁ ଯିବା ପାଇଁ କହିଥିଲେ । ଉକ୍ତ ବ୍ଲକ ର  ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ କତାଗୁଡ଼ା ଗାଁ ର ସମ୍ପର୍କୀୟବୃନ୍ଦା କାଶୀ  ଘରେ ରହି ଚେରମୂଳି ଚିକିତ୍ସା ହେଉଛନ୍ତି । ପ୍ରାୟ ଏକ ମାସ ଧରି ଚେର ମୂଳି ଚିକିତ୍ସା ହେଉଥିଲେ ମଧ୍ୟ ରୋଗ ଭଲ ହେଉନଥିବା କହିଛନ୍ତି । ଏହିପରି ପରିବାର ରେ ମା ତିଲୁସା କାଶୀ ଓ ଝିଅ ମମତା କାଶୀ  ଦୁଇଜଣ କାଲି କାମ କରି ଯେଉ ଟଙ୍କା ଆଣନ୍ତି । ସେହି ଟଙ୍କା ରେ ପରିବାର ଭରଣ ପୋଷଣ କରନ୍ତି । ମା ପିଲା ମାନଙ୍କୁ ଗାଧୋଇ ବା ଠାରୁ ରୋଷେଇ କରି ଖୁଆଇ ଥାନ୍ତି । ଘରର ୪ଜଣ ରୋଗରେ ଆକ୍ରାନ୍ତ ହୋଇ କୌଣସି କାମ କରିପାରୁ ନଥିବା ଯୋଗୁଁ ମା ତୁଳୁସା ଙ୍କ ଉପରେ ପରିବାରର   ଭୋଜ ରହିଛି। ଏହି ରୋଗ ପରିବାର  ସମସ୍ତଙ୍କୁ ଯଦି ହେଇଗଲେ ପରିବାର ନଷ୍ଟ ହେଇଯିବ । ଏହି ପରିବାର କୁ ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ତାଙ୍କର ଉତ୍ତମ ଚିକିତ୍ସା କରିବା ସହିତ ଆଥିକ ସାହାଯ୍ୟ କରିବାକୁ ଗ୍ରାମର ପୁରୁଷୋତ୍ତମ କାଶୀ, ପିତାମ୍ବର କାଶୀ, ବଦଳି କାଶୀ ପ୍ରମୁଖ କହିଛନ୍ତି । ଏ ସମ୍ପର୍କରେ ଗୋଷ୍ଟି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଙ୍କୁ ପଚାରିବାରୁ ସେ କହିଲେ ତୁମ ଠାରୁ ସମସ୍ୟା ଶୁଣିଲି ଡାକ୍ତର ଙ୍କ ସହିତ ପରାମର୍ଶ କରି ତାଙ୍କର ଉତ୍ତମ ଚିକିତ୍ସା ପାଇଁ ବାହାରକୁ ପଠାଇବା ବେବସ୍ତା କରାଯିବ ବୋଲି କହିଛନ୍ତି । 

Leave A Reply

Your email address will not be published.