ପାଙ୍ଗଙ୍ଗରେ ପଛକୁ ଫେରିଲା ଚୀନ, ହଟାଇଲା ହେଲିପ୍ୟାଡ୍

0 64

ନୂଆଦିଲ୍ଲୀ, ୧୬ ।୨:ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଧୀରେ ଧୀରେ ଫିଟୁଛି ବାଟ । ପାଙ୍ଗଙ୍ଗରୁ ପଛକୁ ହଟୁଛି ଚୀନ । ପାଙ୍ଗଙ୍ଗ ହ୍ରଦର ଫିଙ୍ଗର-୫ ଅଞ୍ଚଳରୁ ନିଜ ହେଲିପ୍ୟାଡ୍କୁ ଚୀନ ହଟାଇଛି । ପାଙ୍ଗଙ୍ଗର ଏହି ଅଞ୍ଚଳ ଚୀନର ପିଏଲ୍ଏ ପାଇଁ ବେଶ ଗୁରୁତ୍ୱ ବହନ କରୁଥିଲା । ଏହି ଅଞ୍ଚଳରୁ ପୁରା ପାଙ୍ଗଙ୍ଗରେ ପାଟ୍ରୋଲିଂ କରିବାଠୁ ଆରମ୍ଭ କରି ବିମାନ ଅବତରଣ କରୁଥିଲା ଚୀନ । ଏଲ୍ଏସି ଉପରେ ନଜର ରଖିବାକୁ ଏହି ସବୁ ହେଲିପ୍ୟାଡକୁ ବ୍ୟବହାର କରୁଥିଲା ଡ୍ରାଗନ । ଏହାସହ ଚୀନ କିଛିଦିନ ଧରି ମୁତୟନ କରିଥିବା ଯୁଦ୍ଧ ଟ୍ୟାଙ୍କକୁ ବି ପ୍ରତ୍ୟାହାର କରିନେଇଛି । ୨୦୦ରୁ ଅଧିକ ଯୁଦ୍ଧ ଟ୍ୟାଙ୍କକୁ ବହୁ ମାସ ଧରି ଏଠାରେ ମୁତୟନ କରାଯାଇଥିଲା । ଚୀନ ସୈନିକ ଫିଙ୍ଗର ୫ ଏବଂ ଫିଙ୍ଗର ୮ ମଧ୍ୟରେ ଏଠାରେ ଲଗାଇଥିବା ତମ୍ବୁ ଏବଂ ନିର୍ମାଣ କରିଥିବା ବଙ୍କର ଓ ଅନ୍ୟ ନିର୍ମାଣକୁ ମଧ୍ୟ ହଟାଇଛି । ଦୁଇଦେଶ ମଧ୍ୟରେ ୧୦ମ ସେନା କମାଣ୍ଡରସ୍ତରୀୟ ଆଲୋଚନା ବେଳେ ସୀମାରୁ ସେନା ହଟାଇବାକୁ ଦାବି ରଖିଥିଲା ଭାରତ । ୧୫ ଦିନ ଭିତରେ ଏ ପ୍ରକ୍ରିୟା ସାରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଏହାପୂର୍ବରୁ ଗତ ଗୁରୁବାର ୧୦୦ରୁ ଅଧିକ ଭାରିଯାନରେ ଟ୍ୟାଙ୍କ୍ଗୁଡ଼ିକୁ ହଟାଇ ନିଆଯାଇଥିବା ଜଣାପଡ଼ିଛି । ଚୁକ୍ତି ଅନୁସାରେ ଚୀନ୍ ସୀମାରେ ଶାନ୍ତି ବଜାୟ ରଖିବା ଉଦ୍ଦେଶ୍ୟରେ ବେଜିଂ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ସେନାକୁ ପ୍ରତ୍ୟାହାର କରିବା ପାଇଁ ଜାରି ଆଲୋଚନା ସମୟରେ ଭାରତ ସ୍ପଷ୍ଟ ଭାବେ କହିଥିଲା ଯେ, ଯଦି ଫିଙ୍ଗର ୫ ଖୋଲି ନହୁଏ ତେବେ ରାଜିନାମା ହୋଇପାରିବ ନାହିଁ । ଏହା ଉପରେ ଚୀନ ଅତି କମରେ ୩୦ ସୈନିକଙ୍କୁ ଫିଙ୍ଗର ୫ରେ ମୁତୟନ କରିବାକୁ ଅନୁମତି ମାଗିଥିଲା । ତଥାପି ଭାରତ ଏହାକୁ ସ୍ୱୀକାର କରିନଥିଲା । ଶେଷରେ ଚୀନ ଯେବେ ଫିଙ୍ଗର ୮ରୁ ସଂପୂର୍ଣ୍ଣ ଫେରିଯିବାକୁ ରାଜି ହେଲା ତେବେ ଯାଇ ଭାରତ ନିଜ ସେନାକୁ ଫିଙ୍ଗର ୩ ପର୍ଯ୍ୟନ୍ତ ଫେରାଇ ନେବା ଉପରେ ରାଜି ହୋଇଥିଲା ।

Leave A Reply

Your email address will not be published.