ଲାଗୁ ହେଲା ଫାସଟ୍ୟାଗ୍, ଗଣିଲେ ଦୁଇଗୁଣା ଫାଇନ୍

0 66

ନୂଆଦିଲ୍ଲୀ, ୧୬ ।୨: ସୋମବାର ମଧ୍ୟରାତ୍ରୀରୁ ସମସ୍ତ ଟୋଲଗେଟ୍ରେ ଲାଗୁ ହୋଇଛି ଫାସଟ୍ୟାଗ ନିୟମ । ତେବେ ନିୟମ ଲାଗୁହେବା ପରେ ପ୍ରଥମ ଦିନରୁ ହିଁ ଅନେକ ସ୍ଥାନରେ ଗାଡି ଚାଳକ ଫାଇନ ଦେଇଛନ୍ତି । ଫାସଟ୍ୟାଗ୍ ନ ଲଗାଇଥିବା ଗାଡି ଚାଳକମାନେ ଦୁଇଗୁଣା ଟୋଲ ଫି’ ଦେଇଛନ୍ତି । ୧୨ ଘଣ୍ଟା ମଧ୍ୟରେ ୩୧୨ଟି ଗାଡିରୁ ଫାଇନ ଆଦାୟ କରାଯାଇସାରିଲାଣି । ଉତ୍ତରପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି । ଟୋଲ ଆଦାୟରେ ସ୍ୱଚ୍ଛତା, ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି, ଇନ୍ଧନ ନଷ୍ଟକୁ ରୋକିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏଥିରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡ଼ିଶାରେ ମଧ୍ୟ ଟୋଲଗେଟ୍ରେ ଫାସଟ୍ୟାଗ୍ ବ୍ୟବସ୍ଥା ଲାଗୁ କରାଯାଇଛି । ପିପିଲି ଟୋଲ ପ୍ଲାଜାରେ ୮ ଟି ଲାଇନ ନିର୍ମାଣ କରାଯାଇଛି । ୪ଟି ପୁରୀକୁ ପ୍ରବେଶ ପାଇଁ ଅନ୍ୟ ୪ଟି ଫେରୁଥିବା ଚାଳକଙ୍କ ପାଇଁ ହୋଇଛି । ଚଳିତ ବର୍ଷ ଆରମ୍ଭରୁ ଚାରିଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର । ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇ ଦେଇଥିଲେ । ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା ।

Leave A Reply

Your email address will not be published.