୧୦ ଲକ୍ଷ କରୋନା ଟିକା ଫେରାଇ ନେବାକୁ ନିର୍ଦ୍ଦେଶ

0 77

ବେଙ୍ଗାଲୁରୁ, ୧୬ ।୨: ଫେବୃଆରୀ ମାସରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ୧୦ ଲକ୍ଷ କରୋନା ଟିକାର ଡୋଜ୍ ଦକ୍ଷିଣ ଆଫ୍ରିକାକୁ ପଠାଇଥିଲା । ହେଲେ ଦକ୍ଷିଣ ଆଫ୍ରିକା ଟିକାର ଡୋଜ୍ଗୁଡ଼ିକ ଫେରାଇ ନେବାକୁ ସେରମକୁ କହିଛି । ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ସରକାର କହିଥିଲେ ଯେ ସେରମ ଉତ୍ପାଦନ କରୁଥିବା ଅକ୍ସଫୋର୍ଡ/ଆଷ୍ଟ୍ରାଜେନେକାର କରୋନା ଟିକା ଉପରେ ରୋକ ଲଗାଯିବ । ଏହି ଘୋଷଣାର ଗୋଟିଏ ସପ୍ତାହ ପରେ ଟିକାର ୧୦ ଲକ୍ଷ ଡୋଜ୍କୁ ଫେରାଇ ନେବାକୁ ସେଠାକାର ସରକାର କହିଛନ୍ତି । ଫେବୃଆରୀ ପ୍ରଥମ ସପ୍ତାହରେ ୧୦ ଲକ୍ଷ କରୋନା ଟିକାର ଡୋଜ୍ ଦକ୍ଷିଣ ଆଫ୍ରିକାରେ ଅବତରଣ କରିଥିଲା । ସେହିପରି ଆସନ୍ତା କିଛି ସପ୍ତାହ ମଧ୍ୟରେ ଆଉ ୫୦୦,୦୦୦ ଟିକାର ଡୋଜ୍ ଦକ୍ଷିଣ ଆଫ୍ରିକା ଯିବାର ଥିଲା । କିନ୍ତୁ ଏବେ ସେଠାକାର ସରକାର ସେରମକୁ ଟିକା ଫେରାଇ ନେବାକୁ କହିଛି । ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକାରେ ଦେଖାଯାଉଥିବା କରୋନାର ନୂଆ ରୂପ ବିରୋଧରେ ଲଢ଼ାଇ କରିବାରେ ଅକ୍ସଫୋର୍ଡ ସେତେଟା ପ୍ରଭାବ ଦେଖାଇ ପାରୁନଥିବା ସର୍ଭେରୁ ଜଣାପଡ଼ିଛି । କରୋନାର ନୂଆ ରୂପ ୫୦୧ଣ.ଠ୨ ବିରୋଧରେ ଏହି ଟିକା ଅତିକମ ମାତ୍ରାରେ ସୁରକ୍ଷା ଦେଉଛି ବୋଲି ସେଠାକାର ସରକାର ଜାଣିବାକୁ ପାଇଛନ୍ତି । ଏହି କାରଣରୁ ସେରମକୁ ଟିକା ଫେରାଇ ନେବାକୁ ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏଯାଏ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ । ତେବେ ସରକାର ଖୁବଶୀଘ୍ର ଦେଶର ସ୍ୱାସ୍ଥ୍ୟକର୍ମୀଙ୍କୁ ଜନସନ ଆଣ୍ଡ ଜନସନ ପ୍ରସ୍ତୁତ କରିଥିବା କରୋନା ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଅକ୍ସଫୋର୍ଡ ଟିକାକୁ ଫେରାଇ ନେବାକୁ କହିଥିଲେ ହେଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ଜରୁରୀ କାଳୀନ ବ୍ୟବହାର ସାରା ବିଶ୍ୱରେ କରିବାକୁ ଅନୁମତି ଦେଇଛି ।

Leave A Reply

Your email address will not be published.