ଗୋଧ୍ରା ଟ୍ରେନ୍ ପୋଡ଼ି ଘଟଣା

0 64

୧୯ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ରଫିକ୍ ହୁସେନ ଗିରଫ

ଅହମ୍ମଦାବାଦ, ୧୬ ।୨:ଧରାପଡିଲା ବହୁଚର୍ଚ୍ଚିତ ଗୋଧ୍ରାକାଣ୍ଡର ମୁଖ୍ୟ ଅଭିଯୁକ୍ତ । ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୋଧ୍ରା ଷ୍ଟେସନରେ ପ୍ରାୟ ୧୯ ବର୍ଷ ତଳେ ହୋଇଥିବା ଟ୍ରେନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗୁଜରାଟ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ରଫିକ୍ ହୁସେନ ଭଟୁକ । ତାକୁ ଗତକାଲି ପୁଲିସ ଗୋଧ୍ରାରୁ ହିଁ ଧରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ପୁଲିସ ସୂଚନା ମୁତାବକ ଯେଉଁମାନେ ଗୋଧ୍ରା ଟ୍ରେନ୍ ପୋଡି ଘଟଣାର ଷଡଯନ୍ତ୍ର ରଚିଥିଲେ ସେହି ଗୋଷ୍ଠୀର ମୁଖ୍ୟ ଥିଲେ ରଫିକ୍ ହୁସେନ । ତେବେ ସେ ଗତ ୧୯ ବର୍ଷ ଧରି ଫେରାର ଥିଲା । ଗୁଇନ୍ଦା ରିପୋର୍ଟ ମିଳିବା ପରେ ଗୋଧ୍ରା ଷ୍ଟେସନ ନିକଟରେ ଥିବା ଏକ ଘର ଉପରେ ଗତକାଲି ପୁଲିସ ଚଢ଼ାଉ କରି ତାକୁ ଗିରଫ କରିଛି । ସୂଚନା ମୁତାବକ ଟ୍ରେନର ବଗିକୁ ଜାଳିବା ପାଇଁ ପେଟ୍ରୋଲ ବ୍ୟବହାର ହୋଇଥିଲା । ହିଂସାକୁ ଉସୁକାଇବା ଓ ଷଡଯନ୍ତ୍ର ରଚିବାରେ ରଫିକର ବଡ ହାତ ଥିଲା । ତା ବିରୋଧରେ ହତ୍ୟା ଓ ଦଙ୍ଗା ସୃଷ୍ଟି କରିବା ଭଳି ଧାରା ଲାଗିଛି । ସେ ସେହି ସମୟରେ ଷ୍ଟେସନରେ ଏକ ଶ୍ରମିକ ଭାବେ କାମ କରୁଥିଲା । ଯେତେବେଳେ ଟ୍ରେନରେ ପଥର ମାଡ କରି ନିଆଁ ଲଗାଯାଇଥିଲା ସେତେବେଳେ ରଫିକ୍ ମଧ୍ୟ ଏଥିରେ ସାମିଲ ଥିଲା । କିନ୍ତୁ ଏହାପରଠୁ ରଫିକ୍ ଫେରାର ହୋଇ ଦିଲ୍ଲୀରେ ଲୁଚିଥିଲା । ଗୁଜୁରାଟରେ ୨୦୦୨ ଫେବ୍ରୁଆରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନରେ କାରସେବକଙ୍କ ଟ୍ରେନକୁ ଜାଳି ଦିଆଯାଇଥିଲା । ଏଥିରେ ମୋଟ୍ ୫୯ କାରସେବକ ପ୍ରାଣ ହରାଇଥିଲେ । ଏହାପରେ ୨୦୦୨ରେ ଗୁଜୁରାଟ ଦଙ୍ଗା ହୋଇଥିଲା ।

Leave A Reply

Your email address will not be published.