ପଞ୍ଚାୟତ ଗୃହକୁ ବ୍ୟକ୍ତିଗତ କବଜା

0 69

କଲ୍ୟାଣ ସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ଅନ୍ତର୍ଗତ ଶିକାରପାଈ ପଞ୍ଚାଯତ ର ପଞ୍ଚାୟତ ଅଫିସ ଗୃହ କୁ  ନିଜସ୍ୱ  ବ୍ୟକ୍ତିଗତ କବଜା କାରବାକୁ ନେଇ ଆପତ୍ତି ଉଠିଛି । ଏହି ବିବାଦୀୟ ପରିସ୍ତିତିକୁ ନେଇ ସରପଞ୍ଚ ଅମ୍ବିକା ସାରାକା ଗ୍ରାମବାସୀଙ୍କୁ ନେଇ ଏକ ସର୍ବ ଦଳୀୟ ବୈଠକ ଡକାଯାଇଥିଲା । ଏହି ଡାକରାକୁ ଗ୍ରାମବାସୀ ସମସ୍ତେ ପହଞ୍ଚୀ ଥିଲେ ସୁଦ୍ଧା କବ୍ଜାକାରୀ ନାନ୍ଦେଷୁ ଶଙ୍କରୀ ପି ସ୍ବର୍ଗତ ସୁରି ନାନ୍ଦେଷୁ ନ ଆସି ସରପଞ୍ଚ ଓ ଗ୍ରାମବାସୀଙ୍କୁ ଅବମାନନା କରିଥିଲେ । ଏଣୁ ଅସନ୍ତୋଷ ପରିସ୍ଥିତି ସୃଷ୍ଟି ହୋଇ ଥିଲା ଏଥିରେ ଗ୍ରାମର ବରିଷ୍ଟ ବୁଦ୍ଧି ଜୀବୀ  ଦୁଃଖୁ ଗୌଡ଼ ହସ୍ତ କ୍ଷେପ କରି ସମାଧାନ କରିଥିଲେ । ଏବଂ ଅନ୍ୟ ଦିନ ଧାର୍ଯ୍ୟ କରି ମାମଲାକୁ ଶାନ୍ତି କରି ଥିଲେ । ପ୍ରକାଶ ଥାଉକି ଶିକାରପାଈ ପଞ୍ଚାଯତ ର ପୂର୍ବତନ ସରପଞ୍ଚ ସ୍ବର୍ଗତ ଗାନ୍ଧୀ ଗୋପାଳଚେଟି ଙ୍କ ଶାସନ କାଳରେ ଅର୍ଥାତ ୧୯୯୭ ମସିହାରେ ଏହି ନୂତନ ପଞ୍ଚାୟତ ଗୃହର ଭିତ୍ତି ପ୍ରସ୍ତର ହୋଇ ଥିଲା । ଏହା ନିର୍ମାଣ ହୋଇ ୧୯୯୮ ମସିହା ଅଗଷ୍ଟ  ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଶୁଭ ଉଦଘାଟନ ହୋଇ ଥିଲା । ଏଥିରେ ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତ ଓ ତତ୍କାଳୀନ ବି ଡି ଓ ପଞ୍ଚାୟତ ଅଧିକାରୀ ଉପସ୍ଥିତ ଥିଲେ । ଏଥି ମଧ୍ୟରେ ଦୀର୍ଘ ୨୪ ବର୍ଷ ବିତି ଯାଇଛି । ଗତ ୨ ବର୍ଷ ହେଲା ନୂତନ ଭାବେ ନିର୍ମିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୁ ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରିଅଛି  ଆବଶ୍ୟକୀୟ ନଥିପତ୍ର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଜିନିଷ ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ ସରଞ୍ଜାମ ଅସବାବ ପାଇପ ଫିଟିଙ୍ଗ ଜିନିଷ ରଖା ଯାଇଥିଲା ବୋଲି ସରପଞ୍ଚ କହିଛନ୍ତି । ଏଭଳି ପରିସ୍ଥିତି ରେ ଜଣେ ବ୍ୟକ୍ତି ସରକାରୀ ସମ୍ପତ୍ତିକୁ ଜବର ଦାଖଲ କରିବା ଦୋଷାବହ ଏବଂ ସର୍ବ ସାଧାରଣକୁ ଧିକାର କଲାଭଳି ଗ୍ରାମର ବୁଦ୍ଧିଜୀବୀ କହିଛନ୍ତି । ଏଥିପାଇଁ ପୁନର୍ବାର ସର୍ବ ଦଳୀୟ ବୈଠକ ଆଗାମୀ ଗୁରୁବାର ଅର୍ଥାତ ୧୮/୨ ଅପରାହ୍ନ ୨ ଘଣ୍ଟା ସମୟରେ  ପଞ୍ଚାଯତ କାର୍ଯ୍ୟାଳୟରେ ହେବ ବୋଲି ସର୍ବ ସମତି କ୍ରମେ ନିଷ୍ପତି ନିଆଯାଇଛି । ଏହି ବୈଠକକୁ ସମସ୍ତେ ଆସି ନିଜ ମତାମତ ରଖି ସମସ୍ୟାର ସମାଧାନ କରିବାକୁ ସରପଞ୍ଚ ଶ୍ରୀମତୀ ସାରାକ ପୂର୍ବତନ ସରପଞ୍ଚ ସାରାବୁ ସାରାକା ଶ୍ରୀ ଯୁକ୍ତ ଗୌଡ଼ ପ୍ରମୁଖ ଅନୁରୋଧ କରିଛନ୍ତି । ଏହି ବୈଠକରେ ଟୁନି ବଡା ତ୍ରିମୂଳା, ପି ଗୋପାଳ, ଚାମିଆ ଲହରା, ସୋମେଶ ନେମଲପୁରୀ, ମକର ନେମଲ ପୁରୀ, ନଉଁକାଳୁ ନେମଲପୁରୀ, କମଳୁ ଗରଡ଼ିଆ, ମନୋଜ କୁମାର ସେଠି, ଗୋପୀ ସେଠି, ବାରଣାସୀ ଗୁରୁନାଥ,  ପଙ୍କଜ ନାୟକ ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏନେଇ ବି ଡି ଓ ଅନୁପ ଅଭିଷେକ ବେହେରାଙ୍କୁ ପଚାରିବାରୁ ଏହାର  ଅନୁଧ୍ୟାନ କରାଯିବ ମୁଁ ନିଜେ ଯାଇ ଏହାର ତଦନ୍ତ କରିବି ଉଚିତ ପଦକ୍ଷେପ ନେବି ବୋଲି ମନ୍ତବ୍ୟ ଦେଇଛନ୍ତି ।

Leave A Reply

Your email address will not be published.