ଟ୍ରାକ୍ଟର ଦୁର୍ଘଟଣା, ଜଣେ ମୃତ୍ୟୁ

0 70

ପାରଳାଖେମୁଣ୍ଡି, ୧୮ା୨ : ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଡମ୍ବଗୁଡା ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ଟ୍ରାକ୍ଟରରେ ବସିଥିବା ୬ ଜଣ ଗୁରତର ଆହତ ହୋଇଛନ୍ତି । ମୃତକ ହେଲେ ଗଞ୍ଜାମ ଜିଲ୍ଲା ବଡଗଡ ଥାନା ନୂଆଗାଁ ଗ୍ରାମର କାହ୍ନୁ ପ୍ରଧାନ । ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇବର କେଉଁ ଆଡେ ଫେରାର ହୋଇଯାଇଥିବାର ଜଣାପଡିଛି । ଦୁର୍ଘଟଣା ଘଟିବାପରେ ସ୍ଥାନୀୟ ଲୋକେ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ମୋହନା ମେଡିକାଲରେ ଆହତଙ୍କୁ ଚିକିତ୍ସା ଚାଲିଛି । ଏହି ଦୁର୍ଘଟଣାର ଖବର ପାଇ ଅଡବା ପୋଲିସ ପହଞ୍ôଚ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.