ମେକ୍ସିକୋ ଆକାଶରେ ଅଜ୍ଞାତ ବସ୍ତୁକୁ ଠାବ କଲା ଆମେରିକା ଏୟାରଲାଇନ୍ସ

0 78

ୱାଶିଂଟନ୍, ୨୫ ।୨: ମେକ୍ସିକୋର ଆକାଶରେ ଗତ ରବିବାର ଦିନ ଏକ ଅଜ୍ଞାତ ବସ୍ତୁ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଆମେରିକା ଏୟାରଲାଇନ୍ସ ଏକ ରିପୋର୍ଟ ପ୍ରକାଶ କରିଛି । ଏହାର ଜଣେ ପାଇଲଟ୍ ନିୟୁ ମେକ୍ସିକୋର ଆକାଶରେ ବିମାନ ଉଡ଼ାଇ ଏହାର ସନ୍ଧାନ କରିଥିଲେ । ଏହି ଘଟଣା ଫେବୃଆରୀ ୨୧ ତାରିଖରେ ଘଟିଥିଲା । ଆମେରିକାନ୍ ଏୟାରଲାଇନ୍ସର ପ୍ଲେନ୍ ୨୨୯୨ ମେକ୍ସିକୋର ଉତ୍ତର-ପୂର୍ବ ଅଞ୍ଚଳରେ ପ୍ରାୟ ୩୬,୦୦୦ ଫୁଟ୍ ଉପରେ ଏହି ବସ୍ତୁକୁ ଠାବ କରିଥିଲା । ଏହାକୁ ନେଇ ଆମେରିକାର ଏଫ୍ବିଆଇ ସଂସ୍ଥା ତଦନ୍ତ ଚାଲୁ ରଖିଥିଲା ଏବଂ ଶେଷରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ବେଆଇନ୍ ଭାବେ ସିଲିର୍ଣ୍ଡ ଆକୃତି ଭଳି ଅଜ୍ଞାତ ବସ୍ତୁ ଆମେରିକାର ଏୟାରବସ୍ ଏ୩୨୦ ଦ୍ୱାରା ଠାବ ହୋଇଥିବା ଦର୍ଶାଯାଇଛି । ଜଣେ ପାଇଲଟ୍ ଏହାକୁ ନେଇ କହିଛନ୍ତି ଯେ, ଏହା ମିଶାଇଲ୍ ଭଳି ଦେଖାଯାଉଥିବା ବେଳେ ପ୍ରଥମେ ଡାହାଣକୁ ଗତି କରିଥିଲା ଏବଂ କ୍ଷାପ୍ର ବେଗରେ ଗତି କରିଥିଲା । ଆମେରିକାର ଆମେରିକାର ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସିର ଲେଖକ ଆନ୍ଥୋନୀ ବ୍ରାଗାଲିଆଙ୍କ ଅନୁଯାୟୀ ଏହି ମାସ ଆରମ୍ଭରେ ଦେଖାଦେଇଥିବା ଅଜ୍ଞାତ ବସ୍ତୁର ଦୁର୍ଘଟଣାର ଧ୍ୱଂସାବଶେଷ ବୋଲି ପେଣ୍ଟାଗନ୍ ସ୍ୱୀକାର କରିଛି । ପେଣ୍ଟାଗନ୍ ଏହା ପୂର୍ବରୁ କହିଥିଲା ଯେ ଆମେରିକାର ସାମରିକ ବିମାନ ଦ୍ୱାରା ଦେଖାଯାଇଥିବା ଗୁଡ଼ିକର ଅନୁସନ୍ଧାନ ପାଇଁ ଏହା ଏକ ନୂତନ ଟାସ୍କଫୋର୍ସ ଗଠନ କରିବାକୁ ଯୋଜନା କରୁଛି । କାରଣ କେତେକ ବିଶେଷଜ୍ଞ ଦାବି କରିଛନ୍ତି ଯେ ସେଗୁଡ଼ିକ ଡ୍ରୋନ୍ ହୋଇଥାଇ ପାରନ୍ତି । ଗତବର୍ଷ ଆମେରିକାର ନୈସେନା ବିମାନ ଏବଂ ନୈସେନା ସୁରକ୍ଷା କେନ୍ଦ୍ରରୁ ଅଜ୍ଞାତ ବିମାନ ଘଟଣା ମଧ୍ୟରେ ଏନକାଉଣ୍ଟର ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଥିଲା ।

Leave A Reply

Your email address will not be published.