ରାଜ୍ୟ ଭିନ୍ନକ୍ଷମ କମିଶନରଙ୍କ ଗଜପତି ଗସ୍ତ

0 69

ପାରଳାଖେମୁଣ୍ଡି : ରାଜ୍ୟ ଭିନ୍ନକ୍ଷମ କମିଶନର ଗୁରୁବାର ଦିନ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ସ୍ଥିତ ସିସିଡି କାର୍ୟ୍ୟାଳୟର ସମ୍ମିଳନୀ କକ୍ଷଠାରେ ଭିନ୍ନକ୍ଷମ ମାନଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ଉପରେ ଆୟୋଜିତ ଏକ ଅଭିଯୋଗ ଶୁଣାଣୀ ଶିବିରରେ ଯୋଗ ଦେଇଥିଲେ । ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ୟ୍ୟାଳୟ , ଓଡିଶା ଆନୁକୂଲ୍ୟରେ ଏବଂ ଗଜପତି ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟତଃ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଧିନିୟମ-୨୦୧୬ ଏବଂ ସେମାନଙ୍କ ବିଭିନ୍ନ ସରକାରୀ ଯୋଜନା ସହାୟତା ଓ ଅଭିଯୋଗ ଶୁଣାଣି ହୋଇଥିଲା । ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାସ ଏହି କାର୍ୟ୍ୟକ୍ରମରେ ସଭାପତିତ୍ୱ କରି ଭିନ୍ନକ୍ଷମ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ସହାୟତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ । ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ-୨୦୧୬ର ବିଭିନ୍ନ ଦିଗ ସମ୍ପର୍କରେ କହି ସେମାନେ କିଭଳି ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇପାରିବେ ସେ ସମ୍ପର୍କରେ କହିଥିଲେ । ମୁଖ୍ୟତଃ ଭାବେ ଭିନ୍ନକ୍ଷମ ଭିତରେ ନିଜର ପ୍ରତିଭା ପ୍ରତିପାଦିତ କରିବା ପାଇଁ ଭିନ୍ନକ୍ଷମ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାର ଆବଶ୍ୟକତା ରହିଛି , ଏହା ହୋଇ ପାରିଲେ ସେମାନଙ୍କ ଅଧିକାର ସୁନିଶ୍ଚିତ ହେବାସହ ସେମାନେ ସମ୍ମାନର ସହ ବଞ୍ଚି ପାରିବେ ଏବଂ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହୋଇପାରିବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ଶ୍ରୀ ନିରଞ୍ଜନ ବେହେରା , ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥର କାର୍ୟ୍ୟକ୍ରମ ବିଭିନ୍ନ କ୍ଷେତ୍ରରେ ସମର୍ଥ ଅନୁଷ୍ଠାନ ପକ୍ଷରୁ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ କିଭଳି ଓ କେଉଁ କେଉଁ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଇଛି ସେ ସମ୍ପର୍କରେ କହିଥିଲେ । “ସିସିଡି” ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ.ଜଗନ୍ନାଥ ରାଜୁ ମଞ୍ଚାସୀନ ରହି ଭିନ୍ନକ୍ଷମ ମାନଙ୍କୁ , ସମର୍ଥ ସହଯୋଗରେ କିଭଳି ଆତ୍ମନିର୍ଭରଶୀଳ ହେବା ଦିଗରେ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି , ସେ ସମ୍ପର୍କରେ ଅବଗତ କରାଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ୟ୍ୟକ୍ରମରେ “ନିୟତ” ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ କାର୍ୟ୍ୟାଳୟର ଆଇନ ପରାମର୍ଶ ଦାତା ଶ୍ରୀ ସୁରେନ୍ଦ୍ର କୁମାର ବରାଳ , କମ୍ପ୍ୟୁଟର ପ୍ରୋଗ୍ରାମର ଦୀପ୍ତିମୟୀ ବେହେରା , ରିପୋର୍ଟର ଶୁଶ୍ରୀ ମୋନାଲିସା ଏବଂ କିଶୋର କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ରାଜ୍ୟ କମିଶନର ଶ୍ରୀମତୀ ସୁଲୋଚନା ଦାସ ଭିନ୍ନକ୍ଷମ ମାନଙ୍କ ପକ୍ଷରୁ ବ୍ୟକ୍ତିଗତ ଓ ସାମୁହିକ ଭାବେ ୧୮ ଗୋଟି ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ । ଅନ୍ୟପକ୍ଷରେ ଭିନ୍ନକ୍ଷମ ମାନଙ୍କୁ ରାଜ୍ୟ କମିଶନର ଶ୍ରୀମତୀ ଦାସ ଜଣକୁ ସାହା-ବାଡ଼ି ଓ ୩ ଜଣଙ୍କୁ ଟ୍ରାଇ-ସାଇକଲ ବଣ୍ଟନ କରିଥିଲେ । ପ୍ରାରମ୍ଭରେ ଗଜପତି କଳା ପରିଷଦ ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ “ଏଇ ମୋ ପାରଳା ଭୂମି” ଗାନ କରିଥିଲେ , ସଙ୍ଗୀତ ଗୁରୁ ନୃସିଂହ ପ୍ରସାଦ ପାଢ଼ୀଙ୍କ ନିର୍ଦ୍ଦେଶନା ଓ ପରିଚାଳନାରେ ଅନ୍ୟ ମାନଙ୍କ ମଧ୍ୟରେ ଢୋଲକୀ ବାଦକ ଗୋପୀନାଥ ପଟ୍ଟନାୟକ , କଣ୍ଠଶିଳ୍ପୀ ମମତା ପାଢ଼ୀ , ଡାକ୍ତର ମୁର୍ମୁ , ଗୀତାଞ୍ଜଳୀ ମିଶ୍ର , ସୁମୀ ଜେନା , ମଧୁଲତା ନାୟକ , ଗାଙ୍ଗୁଲୁ ପାଣିଗ୍ରାହୀ , ପ୍ରଭା ପଣ୍ଡା , ପରେଶ ଖଡଗରାୟ , କୁନାବାବୁ ହଳଧର ପ୍ରମୁଖ ସମବେତ କଣ୍ଠ ସଙ୍ଗୀତ ଗାନ କରିଥିଲେ।

Leave A Reply

Your email address will not be published.