ସ୍ବାମୀ ମୃତ୍ୟୁର 5ବର୍ଷ ପରେ ବି ମିଳୁନି ସହାୟତା

0 70

କୋରାପୁଟ: ନନ୍ଦପୁର ବ୍ଲକ  ହାଡ ପୁଟ ଗ୍ରାମର ଗାଦୁ ନାରିଆ ଙ୍କ 5 ବର୍ଷ ପୂର୍ବେ ମୃତ୍ୟୁ ହୋଇଥିଲା, ଗ୍ରାମରେ ଥିବା ଅଙ୍ଗନୱାଡ଼ି, ଆଶା ଦିଦି, ANM ଦିଦି ଙ୍କ ଜାଣତରେ ସମସ୍ତ ଶୁଦ୍ଧି କ୍ରିୟା ସମ୍ପର୍ଣ୍ଣ କରାଯାଇ ଥିଲା, କିନ୍ତୁ ସ୍ବାମୀଙ୍କ ମୃତ୍ୟୁ ପରେ ସରକାରୀ ସାହାଯ୍ୟ ପାଇବାକୁ ଆବେଦନ କରିବାକୁ ଯିବାରୁ  ମୃତ୍ୟୁ ପ୍ରମାଣ ପତ୍ର ଆବଶ୍ୟକ ପଡିଥିଲା. ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୂର୍ବତନ ସରପଞ୍ଚ ଶ୍ରୀ କେଶବ ଖରାଙ୍କ ସହ ଯାଇଥିଲେ  ଧାନ ମତି ନରିଆ, କିନ୍ତୁ ମିଳି ନଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ମୃତ୍ୟୁ ରେଜିଷ୍ଟର ରେ ମୃତକ ଙ୍କ ନାମ କି ଠିକଣା.ରାଜ୍ୟ ସରକାର ଜନ୍ମ ଠାରୁ ମୁର୍ତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ପ୍ରଣୟନ କରୁଥିବାର ଡେଙ୍ଗୁରା ପିଟୁଥିବା ସମୟରେ ଏହି ଡେଙ୍ଗୁରା ଶବ୍ଦ କଣ ପାଇଁ କୋରାପୁଟ ଜ଼ିଲ୍ଲାରେ ପହଞ୍ଚି ପାରୁନି ବୋଲି ସାଧାରଣରେ ପ୍ରଶ୍ନ ବାଚି ସୃଷ୍ଟି କରୁଛି.କୋରାପୁଟ ଜ଼ିଲ୍ଲା ପ୍ରଶାସନର ଏହି ଭଳି ଖାମ ଖିଆଲି ମନବୃତି ପାଇଁ ଧାନ ମତି ନରିଆ ଭଳି ନିରୀହ ଗରିବ ଆଦିବାସୀ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି. ସ୍ବାସ୍ଥ୍ୟ କେନ୍ଦ୍ର ର ଅବହେଳା ରୁ ନଥି ପତ୍ରରେ ମୃତକ ଗାଦୁ ନରିଆ ଙ୍କ ନାମ ଚଢ଼ିଲାନି ତାହା ଏବେ ଆଲୋଚ୍ୟ ବିଷୟ ପାଲଟିଛି. ବିଧବା  ଧନମତି ନରିଆ  ବୃଦ୍ଧ ଶାଶୁ ମାଁ ଙ୍କୁ ସାଙ୍ଗରେ ଧରି ଏକ ଟାଇଲି ଛପର ଘରେ ବସବାସ କରୁଛନ୍ତି, ନନ୍ଦପୁର ପଞ୍ଚାୟତ, ନନ୍ଦପୁର ବ୍ଲକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲେଣି କିନ୍ତୁ କୌଣସି ସରକାରୀ ବାବୁ ମାନଙ୍କର ନିଦ ଭାଙ୍ଗୁ ନଥିବାର ଦେଖିବା ପାଇଁ ମିଳୁଛି.ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯଥାଶୀଘ୍ର  ଧାନମତି ଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନା, ବିଧବା ଭତ୍ତା ସହ ଆବାସ ଯୋଜନାରେ ସାମିଲ କରିବାକୁ ନନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ କେଶବ ଖରା ଓ ହାଡ଼ ପୁଟ ଗ୍ରାମବାସୀ ଦାବି କରିଛନ୍ତି.

Leave A Reply

Your email address will not be published.