ହରିଣକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସ

0 64


ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଲଖାରୀ ଜଙ୍ଗଲରୁ ଏକ ହରିଣ ଶିକାରୀଙ୍କ ଫାସରୁ ଖସି ରକ୍ତାକ୍ତ ଅବସ୍ଥାରେ ଗ୍ରାମବାସୀଙ୍କ ଦ୍ୱାରା ଆତ୍ମରକ୍ଷା ପାଇଥିବା ଏକ ଖବର ମିଳିଛି । ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ନିକଟସ୍ଥ ଲଖାରୀ ଜଙ୍ଗଲରୁ ଏକ ଅଣ୍ଡିରା ହରିଣ ଶିକାରୀଙ୍କ ଫାସରେ ଗୁରୁତର ଆଘାତ ପାଇ ଖସି ରକ୍ତାକ୍ତ ଅବସ୍ଥ୍ାରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୈଡି ଆସି ଗୁବୁରିଗୁଡା ଗ୍ରାମର ଜଣକ ଗୁହାଳ ଘରେ ପଶି ଯାଇଥିଲା । ଗ୍ରାମବାସୀ ଏହା ଦେଖିବାପରେ ରକ୍ତାକ୍ତ ଅଣ୍ଡିରା ହରିଣଟିକୁ ଉଦ୍ଧାର କରି ଚାନ୍ଦିପୁଟ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ତାପରେ ହରିଣଟିକୁ ମୋହନା ପ୍ରାଣୀଧନ ଚିକିତ୍ସା କେନ୍ଦ୍ରକୁ ଆଣାଯାଇ ଚିକିତ୍ସା କରାଯାଇଥିଲା । ହରିଣଟିର ଗୋଡରେ ଗଭୀର ଆଘାତ ଲାଗିବା ସହ ଗୋଡ ମଧ୍ୟରେ ଏକ ଲୁହା ତାର ପଶି ରହିଥିଲା ଏବଂ ଶିଙ୍ଘରେ ମଧ୍ୟ ଆଘାତ ଲାଗିଥିବା ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ବୀରେନ୍ଦ୍ର ପଣ୍ଡା କହିଛନ୍ତି । ଚିକିତ୍ସା କରାଯିବାପରେ ହରିଣଟିକୁ ତପ୍ତପାଣି ସ୍ଥିତ ମୃଗ ବିହାରକୁ ପଠାଗଲା । ଶିକାରୀର ଫାଶ ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଏପରି ଘଟିଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ଜିଲ୍ଲା ବନାଞ୍ଚଳ ଅଧିକାରୀ ସଂଗ୍ରାମ କେଶରୀ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.