୯୬ % ଲୋକଙ୍କ ଆୟ ହ୍ରାସ

0 72

ମୁମ୍ବାଇ ୨୮ ।୦୨: କରୋନା ଭାଇରସ୍ କାରଣରୁ ଗତ ବର୍ଷ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହୋଇଥିଲା । ତେବେ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର । ଏହି ସଙ୍କଟ ସମୟରେ ମହାରାଷ୍ଟ୍ରର ପ୍ରାୟ ୯୬ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ଘଟିଛି । ରାଜ୍ୟରେ “ଅନ୍ନ ଅଧିକାର ଅଭିଯାନ’ ଆଧାରରେ ହୋଇଥିବା ସର୍ବେକ୍ଷେଣରେ ଏହି କଥା ସାମ୍ନାକୁ ଆସିଛି । “ଅନ୍ନ ଅଧିକାର ଅଭିଯାନ’ ପାଇଁ ରାଜ୍ୟର ସମନ୍ୱୟକ ମୁକ୍ତା ଶ୍ରୀବାସ୍ତବ ଶନିବାର କହିଛନ୍ତି, ଆୟ କମିବାର ମୁଖ୍ୟ କାରଣ ଲୋକଙ୍କ ହାତରୁ ଚାକିରି ଏବଂ ରୋଜଗାର ଚାଲିଯିବା । ଏଥିସହ ରୋଜଗାର ନମିଳିବା ଲୋକଙ୍କ ଆୟକୁ ପ୍ରଭାବିତ କରିବାରେ ମଧ୍ୟ ବଡ କାରଣ ପାଲଟିଛି । ସର୍ବେକ୍ଷେଣରେ ସାମିଲ ପ୍ରତି ପାଞ୍ଚ ବ୍ୟକ୍ତିଙ୍କ ଖାଇବାକୁ ହାତରେ ଟଙ୍କା ନଥିବା କାରଣରୁ ସେମାନଙ୍କୁ ଭୋକ ଉପାସରେ ରହିବାକୁ ବିବଶ ହେବାକୁ ପଡିଥିଲା । ଏହି ଅଭିଯାନ ଜରିଆରେ ଖାଦ୍ୟ ଏବଂ ପୋଷଣ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ଏକ ଟିମ୍ ଗତ ବର୍ଷ ମେ ଏବଂ ସେପ୍ଟେମ୍ବରରେ ମୁମ୍ବାଇ, ଠାଣେ, ରାୟଗଡ, ପୁଣେ, ନନ୍ଦୁରବାର, ସୋଲାପୁର ପାଲଘର, ନାସିକ, ଧୁଲେ ଓ ଜଲଗାଓଁରେ ମୋଟ୍ ୨୫୦ ଜଣ ଲୋକଙ୍କ ସର୍ବେକ୍ଷେଣ କରିଛନ୍ତି ।

Leave A Reply

Your email address will not be published.