ଭାରତର ଟପ୍ ୫ ଧନୀ ଭିକାରୀ

0 70

ନୂଆଦିଲ୍ଲୀ ୨୮/୦୨ : ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାରର ଭରଣପୋଷଣ ପାଇଁ କିଛି ନା କିଛି କାମ କରିଥାଏ । କିଏ ଚାକିରୀ କରେ ତା କିଏ ବ୍ୟବସାୟ କରେ । ତେବେ ବ୍ୟକ୍ତି କେତେ ରୋଜଗାର କରୁଛି ତାହା ତାର ଜୀବନଶୈଳୀରୁ ଜଣାପଡ଼ିଥାଏ । କିନ୍ତୁ ଏମିତି ଏକ ବର୍ଗ ମଧ୍ୟ ଅଛି ଯାହାଙ୍କ ଜୀବନଶୈଳୀରୁ ଆପଣ ତାଙ୍କ ରୋଜଗାର ସମ୍ପର୍କରେ ଅନ୍ଦାଜା ବି ଲଗାଇ ପାରିବେ ନାହିଁ । ଏହି ବର୍ଗରେ ଅଛନ୍ତି ଭିକାରୀ । ଏମିତି କିଛି ଭିକାରୀ ଅଛନ୍ତି ଯାହାଙ୍କ ରୋଜଗାର ସମ୍ପର୍କରେ ଶୁଣି ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ସେମାନଙ୍କ ଆୟ ସାଧାରଣ ଜନତାଙ୍କ ଠାରୁ ବି ଅଧିକ । ଭାରତରେ ଏମିତି ୫ଜଣ ସବୁଠାରୁ ଧନୀ ଭିକାରୀ ଅଛନ୍ତି ଯେଉଁମାନଙ୍କ ପାଖରେ ଭଲ ବ୍ୟାଙ୍କ ବାଲାନ୍ସ ସହ ଆପାର୍ଟମେଣ୍ଟ ବି ଅଛି । ତଥାପି ଏମାନେ ରାସ୍ତାକଡ଼ରେ ଭିକ ମାଗୁଛନ୍ତି । ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଭାରତର ସବୁଠାରୁ ଧନୀ ୫ଜଣ ଭିକାରୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ମୁମ୍ବାଇର ପରେଲ କ୍ଷେତ୍ରର ଭିକ ମାଗୁଥିବା ଭରତ ଜୈନ । ତାଙ୍କ ପାଖରେ ମୁମ୍ବାଇରେ ଦୁଇଟି ଫ୍ଲାଟ ଅଛି ଯାହାର ଆନୁମାନିକ ମୂଲ୍ୟ ୧୪୦ ଲକ୍ଷ ଟଙ୍କା ଅର୍ଥାତ ୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି । ରିପୋର୍ଟ ଅନୁଯାୟୀ ସେ ମାସକୁ ଭିକ ମାଗି ୭୫ ହଜାର ଆୟ କରନ୍ତି ।
ଦ୍ୱିତୀୟ ସ୍ଥାନରେ ଅଛନ୍ତି କୋଲକାତାର ଲକ୍ଷ୍ମୀ । ଖବର ଅନୁଯାୟୀ ଲକ୍ଷ୍ମୀଙ୍କୁ ଯେତେବେଳେ ୧୬ ବର୍ଷ ବୟସ ହୋଇଥିଲା ସେତେବେଳେ କୋଲକାତାରେ ଭିକ ମାଗିବା ଆରମ୍ଭ କରିଥିଲେ । ୧୯୬୪ ମସିହାରୁ ଏବେ ସୁଦ୍ଧା କେବଳ ଭିକ ମାଗି ସେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜୁଟାଇଛନ୍ତି । ଆଜିକା ସମୟରେ ସେ ପ୍ରତିଦିନ ଭିକ ମାଗି ହଜାରେ ଟଙ୍କା ଆୟ କରନ୍ତି । ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ମୁମ୍ବାଇର ଗୀତା ତିସରେ । ସେ ମୁମ୍ବାଇର ଚରନୀ ରୋଡ଼ ନିକଟରେ ଭିକ ମାଗନ୍ତି ଏବଂ ଭିକ ମାଗି ସେ ଜୁଟାଇଥିବା ଟଙ୍କାରେ ସେ ଏକ ଫ୍ଲାଟ କିଣିଛନ୍ତି । ପ୍ରତିଦିନ ଭିକ ମାଗି ସେ ୧୫୦୦ ଟଙ୍କା ଆୟ କରନ୍ତି । ସେ ହିସାବରରେ ତାଙ୍କର ମାସିକ ଆୟ ୪୫ ହଜାର ଟଙ୍କା ।

Leave A Reply

Your email address will not be published.