ମେଣ୍ଢା ଉପରେ ୩୫ କିଲୋର ଲୋମ ବୋଝ

0 72

ମେଲବର୍ଣ୍ଣ, ୨୬ ।୨: ମେଣ୍ଢା ଶରୀରରେ ଥିଲା ୩୫ କେଜି ଓଜନର ଲୋମ । ଏଥିପାଇଁ ସେ ଅନେକ କଷ୍ଟ ଅନଭୁବ ମଧ୍ୟ କରୁଥିଲା । ଅଷ୍ଟ୍ରେଲିଆର ବଣବୁଦାରେ ବୁଲୁଥିବା ଗୋଟିଏ ମେଣ୍ଢା ରକ୍ଷାଣବେକ୍ଷଣ ଅଭାବରୁ ୩୫ କେଜି ଲୋମ ନିଜ ଶରୀରରେ ଉପରେ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୫ ବର୍ଷ ଧରି ତା’ ଶରୀରରେ ସୃଷ୍ଟି ହେଉଥିବା ଲୋମକୁ କଢ଼ା ଯାଉନଥିବାରୁ ଏହା ବଢ଼ିବଢ଼ି ୩୫ କେଜିରେ ପହଞ୍ଚି ଯାଇଥିବା ଜଣାପଡ଼ିଛି । ଏଭଳି ବିଶାଳକାୟ ଲୋମଥିବା ଯୋଗୁଁ ମେଣ୍ଢାଟି ଅନେକ କଷ୍ଟ ସହି ସହି ବଞ୍ଚଥିଲା । ଲୋମ ଯୋଗୁଁ ତା’ କାନ ଓ ଆଖି ଏକ ପ୍ରକାରର ବନ୍ଦ ହୋଇଯାଇଥିଲା । ମେଣ୍ଢାଟିକୁ ଭିକ୍ଟୋରିଆନ ଫରେଷ୍ଟ ଷ୍ଟେଟରୁ ଠାବ କରାଯିବା ପରେ ଉତ୍ତର ମେଲବର୍ଣ୍ଣରେ ଥିବା ଗୋଟିଏ ଜନ୍ତୁ ସଂରକ୍ଷଣ ପ୍ରକୋଷ୍ଠକୁ ଅଣାଯାଇଥିଲା । ସେଠାରେ ତା’ ଶରୀରରୁ ସବୁ ଲୋମକୁ ବିଶେଷଜ୍ଞମାନେ କାଢ଼ି ଦେଇଛନ୍ତି । ସଂସ୍ଥା ପକ୍ଷରୁ ପାମ ଅହେରନ୍ କହିଛନ୍ତି, ଏତେ ବିଶାଳ ଓଜନର ଲୋମ ଧାରଣ କରି ମେଣ୍ଢାଟି କେମିତି ବଞ୍ଚି ରହିଥିଲା, ତାହା ଆମେ ବିଶ୍ୱାସ ମଧ୍ୟ କରିପାରୁନାହୁଁ । ପ୍ରାୟ ୫ ବର୍ଷ ଧରି ତା’ ଶରୀରରେ ବଢ଼ୁଥିବା ଲୋମକୁ କଟାଯାଇନଥିଲା । ଏହି କାରଣରୁ ଲୋମର ଓଜନ ପ୍ରାୟ ୩୫ କେଜିରେ ପହଞ୍ଚି ଯାଇଥିଲା । ଓଜନ ବଢ଼ିବା ଯୋଗୁଁ ସେ ଠିକ୍ ଭାବେ ଚାଲି ପାରୁ ନଥିଲା । ସେହିପରି ଖାଦ୍ୟ ଖାଇବା ଓ ଶୋଇବା ବେଳେ ମଧ୍ୟ ସେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିଲା । ଅଷ୍ଟ୍ରେଲିଆର ପାଣିପାଗ ଅନୁଯାୟୀ ବର୍ଷକୁ ଅତିକମ୍ରେ ମେଣ୍ଢାମାନଙ୍କ ଶରୀରରୁ ଲୋମ କଢ଼ା ଯିବା ଦରକାର । ନଚେତ୍ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । କାରଣ ଏଠାରେ ଖରାଦିନେ ପ୍ରବଳ ଗରମ ହୋଇଥାଏ । ଏଭଳି ସ୍ଥିତିରେ ଜଙ୍ଗଲରେ ରହୁଥିବା ପଶୁମାନେ ଏହାକୁ ସହ୍ୟ କରିବା ଅସମ୍ଭବ ହୋଇପଡ଼େ । ଅନେକ ସମୟରେ ଖରା ଯୋଗୁଁ ପଶୁ ମଡ଼କର ଖବର ମଧ୍ୟ ଆସିଥାଏ । ଏସବୁ ସତ୍ତେ୍ୱ ମେଣ୍ଢାଟି ଏତେ ଦିନ ବଞ୍ଚି ରହିଥିଲା । ଆମେ ତା’କୁ ଏଠାକୁ ଆଣିବା ପରେ ଲୋମ ଗୁଡ଼ିକୁ ସଫା କରିଥିଲୁ । ଏବେ ସେ ସଂପୂର୍ଣ୍ଣ ଭାବେ ଠିକ୍ ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.