ରେଳଷ୍ଟେସନରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର

0 63


ପାରଳାଖେମୁଣ୍ଡି, ୨ା୩ (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ପାରଳାଖେମୁଣ୍ଡି ସହରର ରେଳଷ୍ଟେସନ ନିକଟରେ ଥିବା ତାରିଣୀ ମନ୍ଦିର ସମ୍ମୁଖ ରେଳ ଧାରଣା ପାଶ୍ୱର୍ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବାର କିଛି ଅଞ୍ଚଳବାସୀ ରେଳ ବିଭାଗ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପାରଳାଖେମୁଣ୍ଡି ରେଳବାଇ ବିଭାଗର ପୋଲିସ ଅଧିକାରୀ ବିରଜା ପ୍ରସାଦ ମିଶ୍ର ତାଙ୍କ ଦଳୀୟ ଟିମ୍ ସହ ପହଞ୍ôଚ ଘଟଣାର ତଦନ୍ତ କରିବା ସହ ମୃତବ୍ୟକ୍ତିର ଶବଟିକୁ ଜବତ କରିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ମୃତକ ଜଣକ ପୁରୁଷ ହୋଇଥିବା ବେଳେ ତାଙ୍କ ଆନୁମାନିକ ବୟସ ୩୦ବର୍ଷ ହେବ ଏବଂ ସେ ପରିଧାନ କରିଥିବା ପୋଷାକରୁ କୌଣସି ପରିଚୟ ମିଳିନାହିଁ ବୋଲି ଜଣାଇଛନ୍ତି । ମୃତ ଶରୀରଟି ପ୍ରାୟ ୩ରୁ୪ ଦିନରୁ ଉର୍ଦ୍ଧ ହେବ ପଡିଥିବାର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଏହି ଶବ ଉଦ୍ଧାର ବେଳେ ରେଳବାଇ ପୋଲିସର ହାବିଲଦାର ସେକ୍ ସମଶେର ଅହମ୍ମଦ, କନେଷ୍ଟବଲ ସୁଶାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସହଯୋଗ କରିଥିଲେ । ଅନ୍ୟପକ୍ଷରେ ଗତ ମାର୍ଚ୍ଚରେ କୋଭିଡ୍-୧୯ ଆରମ୍ଭ ହେବାପର ଠାରୁ ସହରର ଏହି ରେଳ ଷ୍ଟେସନରେ ସାଧାରଣରେ ରେଳ ଚଳାଚଳ ବନ୍ଦ ରହି ଥିବା ଯୋଗୁଁ ଏହିପରି ଘଟଣା ଗୁଡିକ ବଢିବାରେ ଲାଗିଛି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.