ଗୋଟିଏ ହାତରେ ପୁଶ ଅପ୍ ମାରିଲେ ରାହୁଲ ଗାନ୍ଧି

0 75

ନୂଆଦିଲ୍ଲୀ, ୧ ।୩: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଏବେ ସେ ବିଧାନସଭା ନିର୍ବାଚନ ପାଇଁ ତାମିଲନାଡୁରେ ଜୋରଦାର ପ୍ରଚାର କରୁଛନ୍ତି । ଏଥିପାଇଁ ସେ କେତେବେଳେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରରେ ଡେଇଁ ପଡ଼ୁଛନ୍ତି ତ ଆଉ କେତେବେଳେ ନିଜେ ଜାଲ ଧରି ମାଛ ଧରିବାକୁ ଉଦ୍ୟମ କରୁଛନ୍ତି । ଏବେ ସୋଶାଲ ମିଡିଆରେ ରାହୁଲଙ୍କ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ରାହୁଲ ଗାନ୍ଧି ଯୁବ ଛାତ୍ରଛାତ୍ରୀଙ୍କ ସହ ପୁଶ୍ଅପ୍ ମାରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ତାମିଲନାଡୁର ସେ ଯୋଜେଫ ମ୍ୟାଟ୍ରୁକଲେସନ ହାୟର ସେକେଣ୍ଡାରୀ ସ୍କୁଲରେ ରାହୁଲ ଗାନ୍ଧି ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ଜଣେ ଛାତ୍ରୀଙ୍କ ସହ ପୁଶ ଅପ୍ ମାରିଥିଲେ । ଛାତ୍ରୀ ଜଣଙ୍କ ବହୁତ କଷ୍ଟରେ ଦୁଇ ହାତରେ ପୁଶ ଅପ୍ ମାରୁଥିବା ବେଳେ ରାହୁଲ ବେଶ ଜୋଶର ସହ ଲଗାତର ପୁଶ ଅପ୍ ମାରି ଚାଲିଥିଲେ । ତେବେ ଶେଷରେ ସେ ଗୋଟିଏ ହାତରେ ପୁଶ୍ଅପ୍ ମାରି ସମସ୍ତଙ୍କୁ ଜଳକା କରି ଦେଇଥିଲେ । ଏହି ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ ହେବା ପରେ ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.