ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ବିଧାୟକ

0 72

ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା ପାଇ ନେହେରୁ ଦାୟୀ

ନୂଆଦିଲ୍ଲୀ, ୧ ।୩: ରାଜସ୍ଥାନର ଭାରତୀୟ ଜନତା ପାର୍ଟି(ବିଜେପି)ର ବିଧାୟକ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା ପାଇଁ ଜବାହରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି । ବିଜେପି ବିଧାୟକ ମଦନ ଦିଲାୱର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ମଦନ ବିଲାୱର ବିଜେପିର ରାଜ୍ୟ ସଂପାଦକ ମଧ୍ୟ ଅଛନ୍ତି । ରବିବାର ବିଜେପିର ସ୍ଥାନୀୟ ବୈଠକରେ ବିଧାୟକ ମଦନ ସାମିଲ ହୋଇଥିଲେ । ପଣ୍ଡିତ ଜବାହରଲାଲ ନେହେରୁ ଇଂରେଜଙ୍କ ସହ ମିଶି ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା କରାଇଥିଲେ । ମୃତ୍ୟୁ ପୂର୍ବରୁ ଚନ୍ଦ୍ରଶେଖର ଆଜାଦ ପଣ୍ଡିତ ନେହେରୁଙ୍କୁ ଭେଟିବାକୁ ଯାଇଥିଲେ ବୋଲି ଦିଲାୱର କହିଛନ୍ତି । ଦିଲାୱର କହିଛନ୍ତି ପଣ୍ଡିତ ନେହେରୁଙ୍କୁ ଜଣାଥିଲା ଯେ ଆଜାଦ ଅଲଫ୍ରେଡ୍ ପାର୍କରେ ବସିଛନ୍ତି । ସେ ହିଁ ଇଂରେଜଙ୍କୁ ଏହାର ସୂଚନା ଦେଇଥିଲେ । ଏହାପରେ ଇଂରେଜର ସିପାହୀ ଆଜାଦଙ୍କୁ ପାର୍କର ଚାରିପଟେ ଘେରି ଯାଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ଚନ୍ଦ୍ରଶେଖର ଆଜାଦ ଇଂରେଜଙ୍କ ହାତରେ ମରିବା ଅପେକ୍ଷା ନିଜ ହାତରେ ନିଜକୁ ଗୁଳି କରି ମରିବାକୁ ଶ୍ରେୟସ୍କର ମଣିଥିଲେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ନେଇ ମଦନ ଦିଲାୱର ଦେଇଥିବା ଏହି ବୟାନରେ ବିବାଦ ସୃଷ୍ଟି ହୋଇପାରେ । ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା ପାଇଁ ନେହେରଙ୍କୁ ଦାୟୀ କରିବା ଏହା ହେଉଛି ପ୍ରଥମ ଘଟଣା । ଏହା ପୂର୍ବରୁ କେହି ହେଲେ ଆଜାଦଙ୍କ ମୃତ୍ୟୁକୁ ନେଇ ନେହେରୁଙ୍କ ଉପରେ ଅଭିଯୋଗ କରିନଥିଲେ । କୁହାଯାଉଛି ଯେ ରାଜ୍ୟର କ୍ଷମତାଧାରୀ କଂଗ୍ରେସ ତାଙ୍କର ଏହି ବୟାନକୁ ପ୍ରସଙ୍ଗ କରିପାରେ ।

Leave A Reply

Your email address will not be published.