‘ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି ପାଲଟିଛି ପାକିସ୍ତାନ’

0 73

ନୂଆଦିଲ୍ଲୀ, ୨ ।୩ : ଭାରତ ସଂଯୁକ୍ତ ରାଷ୍ଟ୍ର ମଞ୍ଚରୁ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛି । ଭାରତ କହିଛି ଯେ ପାକିସ୍ତାନ ଲଗାତାର ନିଜ ଦେଶରେ ହେଉଥିବା ମାନବାଧିକାର ଉଲଙ୍ଘନରୁ ଧ୍ୟାନ ହଟାଇବାକୁ ଭାରତର ଛବି ଖରାପ କରିବାକୁ ଚେଷ୍ଟା କରୁଛି । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ଭାରତର ଯୁଏନ ସ୍ଥାୟୀ ମିଶନର ପ୍ରଥମ ସଚିବ ପବନ କୁମାର ବାଘେ କହିଛନ୍ତି ଯେ ପାକିସ୍ତାନ ଭାରତ ବିରୋଧରେ ଦୁର୍ଭାବନାପୂର୍ଣ୍ଣ ପ୍ରଚାର ପାଇଁ ଏହି ମହାନ ମଞ୍ଚର ଦୁର୍ବ୍ୟବହାର କରୁଛି । ବାଘେ କହିଛନ୍ତି ଯେ ପାକିସ୍ତାନୀ ନେତା ଏହି ତଥ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶ ଆତଙ୍କବାଦୀଙ୍କ କାରଖାନା ହେଇ ଚାଲିଛି । ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଉଛି ଯିଏ ମାନବାଧିକାରର ହନନର ସବୁଠାରୁ ଘୃଣିତ ରୂପ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ମାନବାଧିକାରକୁ ହନନ କରନ୍ତି । ବାଘେ କହିଛନ୍ତି ପାକିସ୍ତାନରେ ହେଉଥିବା ଭୁଲ କାମ ସମ୍ପର୍କରେ ଯେଉଁମାନେ ମୁହଁ ଖୋଲନ୍ତି ସେମାନଙ୍କୁ ଜୋର ଜବରଦସ୍ତ ଅପହରଣ, ହତ୍ୟା ଏବଂ ହାଜତକୁ ନିଆଯାଇଥାଏ । ପାକିସ୍ତାନର ସୁରକ୍ଷା ଏଜେନ୍ସି ଏହିସବୁ କାମ କରିଥାଏ । ଜାମ୍ମୁ କାଶ୍ମୀର ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଇସ୍ଲାମିକ ସଂଗଠନର ବୟାନରେ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀରର ସନ୍ଦର୍ଭକୁ ଅସ୍ୱୀକାର କରୁଛୁ । ସଂଗଠନକୁ ଭାରତର ଏକ ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶ । ଜାମ୍ମୁ-କାଶ୍ମୀର ସହ ସମ୍ବନ୍ଧିତ ମାମଲାରେ ମନ୍ତବ୍ୟ ଦେବାର କିଛି ଅଧିକାର ନାହିଁ ।

Leave A Reply

Your email address will not be published.