ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ସୁପ୍ରିମକୋର୍ଟ

0 69

ନୂଆଦିଲ୍ଲୀ, ୨ ।୩: ଲିଭ-ଇନ-ରିଲେସନରେ ଥିଲେ ସହମତିରେ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଯଦି ଦୀର୍ଘଦିନ ଧରି ଏକାଠି ରହୁଥିବା ମହିଳା କିମ୍ବା ପୁରୁଷ ଶାରୀରିକ ସମ୍ପର୍କ ରଖି ବିବାହ ପ୍ରତିଶ୍ରୁତି ପୂରଣ କରିପାରୁ ନାହାନ୍ତି ତେବେ ତାହାକୁ ଦୁଷ୍କର୍ମ କୁହାଯିବ ନାହିଁ । ଲିଭ-ଇନ ରିଲେସନକୁ ନେଇ ଏଭଳି କିଛି ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପାଞ୍ଚବର୍ଷ ହେବ କଲ ସେଣ୍ଟରର ଦୁଇ କର୍ମଚାରୀ ଲିଭ-ଇନ-ରିଲେସନସିପରେ ରହିଥିଲେ । ପରେ ଉକ୍ତ ଯୁବତୀଙ୍କୁ ଛାଡ଼ି ଯୁବକ ଜଣକ ଅନ୍ୟ ଯୁବତୀଙ୍କୁ ବିବାହ କରିଥିଲେ । ଏହାପରେ ଲିଭ-ଇନ-ରିଲେସନ୍ରେ ରହିଥିବା ସଂପୃକ୍ତ ଯୁବତୀ ଜଣକ ଯୁବକଙ୍କ ବିରୋଧରେ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଥିଲେ । ଏପରିକି ଯୁବକଙ୍କ ବିରୋଧରେ ଯୁବତୀ ଜଣକ ଦୁଷ୍କର୍ମ ଭଳି ଅଭିଯୋଗ ମଧ୍ୟ ଆଣିଥିଲେ । ସୁପ୍ରିମକୋର୍ଟ ଏକ ଦୁଇଜଣିଆ ଖଣ୍ଡପୀଠ ଏହି ମାମଲାରେ ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି । ଜଷ୍ଟିସ ଏକେ ସିକରୀ ଏବଂ ଏସ୍ ଅବଦ୍ଦୁଲା ନଜୀର କହିଛନ୍ତି ଯେ ଯଦି ଜଣେ ଯୁବକ ଏବଂ ଯୁବତୀ ଲିଭ-ଇନ୍ ରିଲେସନ ସମୟରେ ଆପୋଷ ସହମତିରେ ଶାରୀରିକ ସମ୍ପର୍କ ରଖି ପରେ ବିବାହ ନକରନ୍ତି, ତେବେ ଉକ୍ତ ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇପାରିବ ନାହିଁ । ଦୁଷ୍କର୍ମ ଏବଂ ସହମତିରେ ଶାରୀରିକ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ରହିଛି । ଏପରି ପରିସ୍ଥିତିରେ ଅଭିଯୁକ୍ତ ବିବାହ କରିବାକୁ ଚାହୁଁଛନ୍ତି ନା ଅନ୍ୟ ଉଦ୍ଦେଶ୍ୟ ପାଇଁ ସେ ଏହି ସମ୍ପର୍କ ଗଠନ କରିଛନ୍ତି ତାହା ଉପରେ ନଜର ରଖିବା ଉଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । କେବଳ ସେତିକି ନୁହେଁ ଏହା ମଧ୍ୟ ପରୀକ୍ଷା କରାଯିବା ଉଚିତ ଯେ ଯୁବକ ଜଣକ କେବଳ ନିଜର ଲୋଭ ସହିତ ଶାରୀରିକ ସ୍ଥାପନ କରିଛନ୍ତି କି? କିନ୍ତୁ ଯଦି ଯୁବକ ମିଥ୍ୟା ପ୍ରତିଶ୍ରୁତି ନ ଦେଇ ଏବଂ ଉଭୟଙ୍କ ସହମତିରେ ଶାରୀରିକ ସମ୍ପର୍କ ରହିଥିଲା ତେବେ ଦୁଷ୍କର୍ମ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.