ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ

0 62

ନୂଆଦିଲ୍ଲୀ,୩ ।୩: ଶିକ୍ଷା ମନ୍ତ୍ରାଳୟ ଅଧିନରେ ଆସୁଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲିଂ ବା ଏନଆଇଓଏସ ପ୍ରାଚୀନ ଭାରତୀୟ ଜ୍ଞାନ ଓ ପରମ୍ପରାକୁ ନେଇ ୧୦୦ ମଦ୍ରାସାରେ ନୂଆ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଏହି ପାଠ୍ୟକ୍ରମ ନୂଆ ଶିକ୍ଷାନୀତିର ଅଂଶ ବିଶେଷ ଅଟେ । ଏନଆଇଓଏସ ତୃତୀୟ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ମୌଳିକ କୋର୍ସ ଆରମ୍ଭ କରିବ । ପ୍ରାଚୀନ ଭାରତର ଜ୍ଞାନ ବାବଦରେ ପ୍ରାୟ ୧୫ଟି ବିଷୟ ପ୍ରସ୍ତୁତ ହୋଇଛି । ଏଥିରେ ବେଦ, ଯୋଗ, ବିଜ୍ଞାନ, ସଂସ୍କୃତ ଭାଷା, ରାମାୟଣ, ଗୀତା ସମେତ ଅନ୍ୟ ବିଷୟ ରହିଛି । ଏକ ଇଂରାଜୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏନଆଇଓଏସର ଚେୟାରମ୍ୟାନ୍ ସରୋଜ ଶର୍ମା କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ପ୍ରାୟ ୧୦୦ଟି ମଦ୍ରାସାରେ ଆରମ୍ଭ କରାଯିବ । ଭବିଷ୍ୟତରେ ଏହି ସଂଖ୍ୟା ୫୦୦ରେ ପହଞ୍ôଚବ । କେନ୍ଦ୍ରମନ୍ତ୍ରୀ ରମେଶ ପୋଖରୀୟାଲ ମଙ୍ଗଳବାର ନୋଏଡା ସ୍ଥିତ ଏନଆଇଓଏସର କେନ୍ଦ୍ରୀୟ ମୁଖ୍ୟାଳୟରେ ଅନେକ ଷ୍ଟଡି ମ୍ୟାଟେରିଆଲ ଜାରି କରିଥିଲେ । ଏହି ପରିପ୍ରେକ୍ଷୀରେ ସେ କହିଥିଲେ ଯେ, ଭାରତ ପ୍ରାଚୀନ ଭାଷା, ବିଜ୍ଞାନ, କଳା ସଂସ୍କୃତି ଓ ପରମ୍ପରାର ପ୍ରତୀକ ଅଟେ । ଏବେ ଦେଶ ନିଜର ପ୍ରାଚୀନ ପରମ୍ପରାକୁ ପୁନର୍ଜୀବିତ କରିବା ସହ ଜ୍ଞାନ ବିଜ୍ଞାନ କ୍ଷେତ୍ରରେ ସୁପରପାୱାର ହେବା ପାଇଁ ପ୍ରସ୍ତୁତ ହେଉଛି । ଏହି କୋର୍ସର ଲାଭ ମଦ୍ରାସା ଓ ବିଶ୍ୱରେ ଥିବା ଭାରତୀୟ ସମାଜ ଯାଏଁ ପହଞ୍ଚାଯିବ । ସୂଚନାଯୋଗ୍ୟ ଏନଆଇଓଏସ ଦେଶରେ ଥିବା ଦୁଇଟି ରାଷ୍ଟ୍ରୀୟ ବୋର୍ଡ ମଧ୍ୟରୁ ଅନ୍ୟତମ । ଏହା ପ୍ରାଇମେରୀ, ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରୀ ସ୍ତରରେ କୋର୍ସ ଓପନ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ଜରିଆରେ ପ୍ରଦାନ କରିଥାଏ । ଏହାର ଯୋଗ କୋର୍ସ ମ୍ୟାଟେରିଆଲରେ ପତଞ୍ଜଳିର କୃତାସୂତ୍ର, ଯୋଗସୂତ୍ର ବ୍ୟାୟାମ, ସୂର୍ଯ୍ୟ ନମସ୍କାର, ଆସନ, ପ୍ରାଣାୟମ ଓ ଚିନ୍ତାକୁ ଦୂର କରିବା ପାଇଁ ଥିବା ବ୍ୟାୟାମ ଓ ସ୍ମରଣ ଶକ୍ତି ବୃଦ୍ଧି ବ୍ୟାୟାମ ଆଦି ସାମିଲ ଅଛି ।

Leave A Reply

Your email address will not be published.