ଏମରଜେନ୍ସି ଭୁଲ୍ ନିଷ୍ପତ୍ତି ଥିଲା : ରାହୁଲ୍

0 71

ନୂଆଦିଲ୍ଲୀ, ୩ ।୩: ଦେଶରେ ଏମରଜେନ୍ସି ଲାଗୁ କରିବା ନିଷ୍ପତ୍ତି ଭୁଲ୍ ଥିଲା । କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ନିଜେ ଏହା ସ୍ୱୀକାର କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାହୁଲ୍ ଗାନ୍ଧୀ ଏମରଜେନ୍ସି ନିଷ୍ପତ୍ତିକୁ ଭୁଲ୍ ବୋଲି ସ୍ୱୀକାର କରିଛନ୍ତି । ହେଲେ ତାଙ୍କ ଦଳ କଂଗ୍ରେସ କୌଣସି ସାମ୍ୱିଧାନିକ ଢ଼ାଞ୍ଚାକୁ ଦଖଲ କରିବାକୁ ଚେଷ୍ଟା କରିନାହିଁ । ଏକ ୱେବିନାରରେ ସାମିଲ୍ ହୋଇ ରାହୁଲ୍ ଗାନ୍ଧୀ ଆରଏସଏସ ଏବଂ ଶାସକ ଦଳ ବିଜେପିକୁ ନେଇ ଏଭଳି ମତ ରଖିଛନ୍ତି । ତକ୍ରାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଏମରେଜନ୍ସି ଲଗାଇଥିଲେ । ବିଭିନ୍ନ ସମୟରେ ଏମରଜେନ୍ସିକୁ ନେଇ ବିଜେପି କଂଗ୍ରେସକୁ ସମାଲୋଚନା କରିଛି । ଏବେ ଏହାକୁ ରାହୁଲ୍ ଗାନ୍ଧୀ ଏକ ୱେବିନାରରେ ସାମିଲ୍ ହୋଇ ନିଜ ଜେଜେ ମା’ଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଭୁଲ୍ ବୋଲି ସ୍ୱୀକାର କରିଛନ୍ତି । କରୋନେଲ ବିଶ୍ୱବିଦ୍ୟାଳୟର ପ୍ରଫେସର କୌସିକ ବାସୁଙ୍କ ସହିତ ଭିଡିଓ କନଫରେନସିଂ ଜରିଆରେ କଥା ହେବା ବେଳେ ରାହୁଲ୍ ଗାନ୍ଧୀ ଏହା କହିଛନ୍ତି । ତେବେ ଏବେର ସରକାର ଉପରେ ମତ ରଖିବାକୁ ଯାଇ ରାହୁଲ୍ ଗାନ୍ଧୀ କହିଛନ୍ତି, ଏମରଜେନ୍ସି ବେଳେ ଯାହା ହୋଇଥିଲା ଭୁଲ୍ କିନ୍ତୁ ଏବେ ଦେଶରେ ବିଭିନ୍ନ ସାମ୍ୱିଧାନିକ ଅନୁଷ୍ଠାନକୁ ଦଖଲକୁ ନେବାକୁ ଚେଷ୍ଟା କରାଯାଉଛି । ଆରଏସଏସ ଏଭଳି କରୁଛି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍ । ହେଲେ କଂଗ୍ରେସ ଏଭଳି କରିବାରେ ବିଶ୍ୱାସ ରଖେନି । ବ୍ୟକ୍ତିଗତ ଭାବରେ ଲୋକତାନ୍ତ୍ରିକ ପ୍ରକ୍ରିୟାକୁ ନିଜେ ଗୁରୁତ୍ୱ ଦିଅନ୍ତି ବୋଲି ରାହୁଲ୍ କହିଛନ୍ତି । ତେବେ ରାହୁଲ୍ ଗାନ୍ଧୀ ଅନ୍ତିମଥର ପାଇଁ ୨୦୧୯ ସାଧାରଣ ନିର୍ବାଚନ ବେଳେ ଏମରଜେନ୍ସିକୁ ଭୁଲ୍ ବୋଲି କହିଥିଲେ । ଏକ ସାକ୍ଷାତକାରରେ ରାହୁଲ୍ ଏମରଜେନ୍ସି ପାଇଁ କ୍ଷମାପ୍ରାର୍ଥନା କରିଥିଲେ ବୋଲି ଇଣ୍ଡିଆ ଟୁଡେର ଏକ ରିପୋର୍ଟରୁ ଜଣାପଡ଼ିଛି । ସେହିପରି ଜାନୁଆରୀ ୨୪, ୧୯୭୮ରେ ମହାରାଷ୍ଟ୍ରର ଏକ ରାଲିରେ ଯୋଗଦେଇ ଇନ୍ଦିରା ଗାନ୍ଧୀ ୧୯୭୫ରେ ତାଙ୍କ ଦ୍ୱାରା ନିଆଯାଇଥିବା ଏମରଜେନ୍ସି ନିଷ୍ପତ୍ତି ପାଇଁ କ୍ଷମାପ୍ରାର୍ଥନା କରିଥିଲେ । ରାହୁଲ ଗାନ୍ଧୀ କହିଛନ୍ତି, ଆଗାମୀ ଦିନରେ ଯଦି ଆମେ ନିର୍ବାଚନରେ ବିଜେପିକୁ ପରାସ୍ତ କରିବୁ ତାପରେ ବି ଆମେ ସେମାନଙ୍କ ଲୋକମାନଙ୍କଠାରୁ ନିସ୍ତାର ପାଇବୁ ନାହିଁ । ଯେଉଁମାନେ ସାମି୍ୱଧାନିକ ସଂସ୍ଥାର ପ୍ରମୁଖ ଅଧିକାରୀ ରହିଛନ୍ତି । ଆରଏସଏସ ନାମକ ଏକ ବଡ ମା ଅନୁଷ୍ଠାନ ଅଛି ଯାହା ସମସ୍ତ ସାମ୍ବିଧାନିକ ସଂସ୍ଥାରେ ମୁଣ୍ଡ ପୁରାଉଛି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟପାଳିକା, ଗଣମାଧ୍ୟମ, ଅମଲାତନ୍ତ୍ର, ନିର୍ବାଚନ ଆୟୋଗ, ପ୍ରତ୍େୟକ ଅନୁଷ୍ଠାନରେ ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଥିବା ବ୍ୟକ୍ତି ନିୟୋଜିତ ହେଉଛନ୍ତି ।

Leave A Reply

Your email address will not be published.