ସରକାର ବିରୋଧୀ ବିଚାରଧାରା ଦେଶଦ୍ରୋହ ନୁହେଁ

0 48

ନୂଆଦିଲ୍ଲୀ, ୩ ।୩: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବ୍ଦୁଲ୍ଲାଙ୍କୁ ସୁପ୍ରିମ୍କୋର୍ଟ ବୁଧବାର ଏକ ବଡ଼ ମାମଲାରୁ ମୁକ୍ତି କରିଛନ୍ତି । ଧାରା ୩୭୦ ହଟାଇବାକୁ ନେଇ ଫାରୁକ୍ ଦେଇଥିବା ଦେଶ ବିରୋଧୀ ବୟାନ ବିରୋଧରେ ପୂର୍ବରୁ ସୁପ୍ରିମ୍କୋର୍ଟରେ ଏକ ଯାଚିକା ଦାଏର୍ ହୋଇଥିଲା । ସୁପ୍ରିମ୍କୋର୍ଟ ଏହାର ଶୁଣାଣି କରି ଏହି ଯାଚିକାକୁ ଖାରଜ କରିଦେଇଥିବା ଜଣାପଡ଼ିଛି । କୋର୍ଟ ଏହି ଯାଚିକାର ଶୁଣାଣି ସମୟରେ କହିଥିଲେ ଯେ, ଅଭିବ୍ୟକ୍ତିକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ । ଫାରୁକ୍ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ହୋଇପାରିବ ନାହିଁ । ସରକାରଙ୍କ ରାୟ ଉପରେ ଅଲଗା ବିଚାର ରଖିବାକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ । ଜଷ୍ଟିସ୍ ହେମନ୍ତ ଗୁପ୍ତା ଏବଂ ସଂଜୟ କିଷନ୍ କୈଲ୍ଙ୍କୁ ନେଇ ଗଠିତ ବେଞ୍ଚ କାହାର ଅସନ୍ତୋଷକୁ ଦେଶଦ୍ରୋହ କୁହାଯାଇ ପାରିବ ନାହିଁ ବୋଲି ଏଥିରେ କହିଛନ୍ତି । ଏଥିସହିତ ଯାଚିକାଧାରୀଙ୍କୁ କୋର୍ଟ ୫୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି । କହିରଖୁଛୁ ଯେ ଫାରୁକ୍ ଅବ୍ଦୁଲ୍ଲାଙ୍କ ରାଜନୈତିକ ଦଳ ନ୍ୟାସନାଲ କନଫରେନ୍ସ ସେହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଥିଲା । ଯେଉଁଥିରେ ଦାବି କରାଯାଇଥିଲା ଯେ, ଏକ ଟେଲିଭିଜନ୍ ସାକ୍ଷାତକାରରେ ଫାରୁକ୍ କହିଥିଲେ କି ଚୀନ୍ର ସହାୟତାରେ ସମ୍ୱିଧାନର ଅନୁଛେଦ ୩୭୦କୁ କାଶ୍ମୀରରୁ ହଟାଇ ଦିଆଯାଇଛି । ଏହାକୁ ନେଇ କୋର୍ଟରେ ଯାଚିକା ଦାଖଲ କରାଯାଇଥିଲା । ଏଥିରେ ଫାରୁକ୍ ଦେଇଥିବା ବୟାନ୍ ଦେଶ ବିରୋଧୀ ଦର୍ଶାଇବା ସହିତ ତାଙ୍କର ସଂସଦ ପଦକୁ ରଦ୍ଦ କରିବା ପାଇଁ କୋର୍ଟକୁ ଅପିଲ୍ କରାଯାଇଥିଲା । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

Leave A Reply

Your email address will not be published.