କୋଟି କୋଟି ଟଙ୍କା ଠୁଳ କରିଥିବା ଯନ୍ତ୍ରୀ ନାଗେଶ୍ୱର ବ୍ରହ୍ମପୁର ଜେଲ ହାଜତକୁ ଗଲେ

0 73

ପାରଳାଖେମୁଣ୍ଡି,୪ା୩ : କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକର କନିଷ୍ଠ ଯନ୍ତୀ କେ.ନାଗେଶ୍ୱର ସେନାପତି ବ୍ରହ୍ମପୁର ଜେଲ ହାଜତକୁ ଯାଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତ ୨ତାରିଖ ଦିନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁପ ଭିଜିଲାନ୍ସ ଏସ୍ପି ଶାନ୍ତନୁ କୁମାର ପାଢୀଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସ ଟିମ୍ ଯନ୍ତ୍ରୀଙ୍କ ୬ଗୋଟି ସ୍ଥାନରେ ଚଢାଉ କରିଥିଲେ । ଏଥିରେ ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ ଆୟ ବହିର୍ଭୁତ ସମ୍ପତ୍ତି ଯନ୍ତ୍ରୀ ସେନାପତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିବା ପରେ ଯନ୍ତ୍ରୀଙ୍କୁ ଗିରଫ କରି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ଗତକାଲି ହାଜର କରାଯାଇଥିଲା । ଭିଜିଲାନ୍ସ କୋର୍ଟ ଏହି ମାମଲାଟିରେ ସମ୍ପୃକ୍ତ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କୁ ଜେଲ ହାଜତକୁ ଆଗାମୀ ୧୭ତାରିଖ ପର୍ଯ୍ୟନ୍ତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟର ନିର୍ଦ୍ଦେଶ ପରେ ଗତକାଲି ସନ୍ଧ୍ୟାରେ ଯନ୍ତ୍ରୀ ସେନାପତିଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.