ଇମ୍ଫାରେ ୫୦ ତମ ସୁରକ୍ଷା ସପ୍ତାହ ଉଦଘାଟିତ

0 73

ଥେରୁବାଲି, ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୫୦ ତମ ସୁରକ୍ଷା ସପ୍ତାହ ଉଦଘାଟିତ ହୋଯାଇଛି। ଇମ୍ଫା କାରଖାନାର ଉପ ସଭାପତି (ନିର୍ମାଣ) ଶ୍ରୀ କେ ଭି ରାଓ ଙ୍କ ସଭା ପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ରାୟଗଡ଼ା କାରଖାନା ଓ ବାଷ୍ପୀୟ ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ କୁମାର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସୁରକ୍ଷା ସପ୍ତାହ ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଉପସ୍ଥିତ କର୍ମଚାରୀ ମାନଙ୍କୁ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ସୁରକ୍ଷା ସମଧିୟ ଶପଥ ପାଠ କରାଯାଇଥିଲା।ଏହି ବର୍ଷର ସୁରକ୍ଷା ବାର୍ତ୍ତା “ବିପର୍ଜୟ ଠାରୁ ଶିକ୍ଷା ଲାଭ କରନ୍ତୁ ଏବଂ ସୁରକ୍ଷିତ ଭବିଷ୍ୟତ ପ୍ରସ୍ତୁତ କରନ୍ତୁ କୁ ନେଇ ଆରମ୍ଭ ହୋଇଥିବା ସୁରକ୍ଷା ସପ୍ତାହ ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକ ଇମ୍ଫା ଦ୍ଵାରା ନିଆଯାଉଥିବା ସୁରକ୍ଷା ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମସ୍ତେ ସୁରକ୍ଷା ବିଷୟରେ ସଚେତନ ରହିବା ଆବଶ୍ୟକ ଏବଂ ସମସ୍ତେ ସମସ୍ତଙ୍କୁ ସୁରକ୍ଷାର ସହଯୋଗ କରିବା ବୋଲି ମତବ୍ୟକ୍ତ କରିଥିଲେ। ଏହା ସହିତ ଗତବର୍ଷ ମହାମାରୀ ସମୟରେ ସରକାରଙ୍କର ସମସ୍ତ କୋଭିଡି ନିୟମ ମାନି ସୁନ୍ଦର ଭାବରେ କମ୍ପାନୀ ଚଳାଇ ଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।ସରକାରଙ୍କ ଦ୍ଵାରା ପଞ୍ଚାସୁତ୍ରି କାର୍ୟ୍ୟକ୍ରମ ମାଧ୍ୟମରେ ଯେଉଁ ୧୦ଟି କାର୍ୟ୍ୟସୂଚୀ ପ୍ରଦାନ କରାଯାଇଅଛି ତାହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଇମ୍ଫା ଥେରୁବାଲି ର ଉପ ସଭାପତି (ନିର୍ମାଣ) ଶ୍ରୀ ରାଓ ସମସ୍ତ କର୍ମଚାରୀ ଙ୍କୁ ସୁରକ୍ଷିତ ରହି କାମ କରିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ମଧ୍ୟ ସୁରକ୍ଷା ବିଷୟରେ ସଚେତନ କରାଇ ପାରିଲେ ପରିବାର ବର୍ଗ ଙ୍କ ସହିତ ଖୁସିରେ ରହିବେ ବୋଲି ଉପ ଦେଶ ଦେଇଥିଲେ, ଏବଂ ଏହା ସହିତ ପ୍ରତେକ ପ୍ରକାର ବିପର୍ୟ୍ୟୟ ଠାରୁ ଶିକ୍ଷା ଗ୍ରହଣ କରି ଠିକ୍ ସମୟରେ ତାର ସଦୁପଯୋଗ କରିପାରିଲେ ବହୁ ପ୍ରକାର କ୍ଷୟ କ୍ଷତିକୁ ଏଡାଇବା ସଙ୍ଗେ ସଙ୍ଗେ ସୁରକ୍ଷିତ ରହି ପାରିବା ବୋଲି ମତବ୍ୟକ୍ତ କରିଥିଲେ। ଏବଂ କମ୍ପାନୀ ଦ୍ଵାରା ନିଆଯାଉଥିବା ସୁରକ୍ଷା ନିୟମ କୁ ସମସ୍ତେ ମାନି କାମ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ ।ସପ୍ତାହ ବ୍ୟାପୀ କାର୍ୟ୍ୟକ୍ରମରେ ଇମ୍ଫାର ସବୁ ବର୍ଗର କର୍ମଚାରୀ ମାନଙ୍କୁ ସମସ୍ତ ପ୍ରକାର ସୁରକ୍ଷା ସମନ୍ଧୀୟ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଅଛି।ଶେଷରେ ଏହି କାର୍ୟ୍ୟକ୍ରମକୁ ଶ୍ରୀ କଲୋଲ୍ କୁମାର ନାୟକ ଉପ ମହା ପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନ ବିଭାଗ) ଉପସ୍ଥିତ ସମସ୍ତ କର୍ମଚାରୀମାନଙ୍କୁ ଓ ଅତିଥିଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.