ଗଞ୍ଜେଇ ଚାଲାଣ ବେଳେ ୨ମହିଳାଙ୍କ ସମତେ ୪ଅନ୍ତଃରାଜ୍ୟ ମାଫିଆ ଗିରଫ

0 73

ପାରଳାଖେମୁଣ୍ଡି, ୫ା୩ : ଗଜପତି ଜିଲ୍ଲାରୁ ହରିଆନା ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୁଣି ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ । ଗତକାଲି ଏହି ଜିଲ୍ଲାର ଅଡବା ଥାନା ପୋଲିସ ପେଟ୍ରୋଲିଂ ବେଳେ ଅଡବା ହାଡୁପଦର ଛକରୁ ଏକ ପିକଅପ ଭ୍ୟାନ ଦୃତଗତିରେ ସନ୍ଦେହ ଜନକ ଭାବେ ଆସୁଥିଲା । ଏହାକୁ ଅଟକାଇ ପୋଲିସ ଅନୁଧ୍ୟାନ କରିବାରେ ଏଥିରୁ ୪୧୪ କେଜି ଗଞ୍ଜେଇ ଗଚ୍ଛିତ ଥିବା ଦେଖା ଯାଇ ଥିଲା । ଏଥିରେ ଥିବା ଦୁଇ ମହିଳାଙ୍କ ସମେତ ୪ଜଣ ଅନ୍ତଃରାଜ୍ୟ ମାଫିଆଙ୍କୁ ପୋଲିସ ଗିରଫ କରିବା ସହ ମ୍ୟାକ୍ସ ପିକଅପ ଗାଡି ନମ୍ବର ଡବ୍ଲ୍ୟୁବି ୫୭ ଡି ୯୭୬୦ କୁ ମଧ୍ୟ ଜବତ କରିଛନ୍ତି । ଏହି ଗଞ୍ଜେଇ ରାୟଗଡା ଜିଲ୍ଲା ପଦ୍ମପୁର ଅଞ୍ଚଳରୁ ବ୍ରହ୍ମପୁର ଦେଇ ହରିଆନା ଅଭିମୁଖେ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ପଦ୍ମପୁରର ଗାଡି ଡ୍ରାଇଭର କିଶୋର ଜେନା, ହରିଆନାର ମାୟା ରାମ୍, ସନ୍ତୋଷଦେବୀ ଏବଂ ଅଙ୍ଗୁରିକୁ ଗିରଫ କରିଛି ଅଡବା ପୋଲିସ । ଜବତ ଗଞ୍ଜେଇର ମୂଲ୍ୟ ୨୦ଲକ୍ଷ ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ଚନ୍ଦନ କୁମାର ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.