ଗଜପତିରେ ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କିଟି ବୈଠକ

0 72

ପାରଳାଖେମୁଣ୍ଡି, ୭ା୩ : ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପାର୍ଲିଆମେଣ୍ଟ ମେମ୍ବର ସଡକ ସୁରକ୍ଷା କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଅଧ୍ୟକ୍ଷତା କରି “ଦ୍ରୁତଗତି ମହା ବିପତ୍ତି” ଏହାକୁ ଖାତିର ନକରି ବାଇକ ଓ ଚାରି ଚକିଆ ଗାଡିର ଚାଳକ ମାନେ ମଦ୍ୟପାନ କରି ବେପାରୁଆ ଭାବେ ଡ୍ରାଇଭିଂ କରୁଥିବା ଯୋଗୁଁ ଦୁର୍ଘଟଣା ଘଟୁଛି । ଏହାକୁ ହ୍ରାସ ଓ ନିୟନ୍ତ୍ରଣ ପାଇଁ ରାସ୍ତାର ଦୁର୍ଘଟଣା ପଏଣ୍ଟ ମାନ ଦେଖି ସଚେତନତା ସଂକେତ ରଖାଯିବା ଉପରେ ଗୁରତ୍ୱାରୋପ କରିଥିଲେ । ଗଜପତି ଜିଲ୍ଲାପାଳ ତଥା କମିଟିର ସଦସ୍ୟ ସଚିବ ଅନୁପମ ସାହା ଉପସ୍ଥିତରହି କୋଭିଡ୍ ସମୟରେ ଲକଡାଉନ ଓ ସଟଡାଉନ କଟକଣା ଚାଲିଥିବା ବେଳେ ସଡକ ଦୁର୍ଘଟଣା ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇ ଦୀର୍ଘଦିନ ଧରି ଏହା ନିୟନ୍ତ୍ରଣରେ ଥିଲା । ତେବେ ଏହି କଟକଣା ଉଠିଯିବା ଯୋଗୁଁ ସଡକ ଦୁର୍ଘଟଣା ବୃଦ୍ଧି ପାଇବା ସହ ଏଥିରେ ମୃତାହତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହାକୁ ହ୍ରାସ ଓ ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ସହ ଅମାନିଆ ଓ ସଡକ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ । ଭାରପ୍ରାପ୍ତ ଆର୍ଟିଓ ତଥା ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସଡକ ଦୁର୍ଘଟଣା ଓ ଏଥିରେ ମୃତାହତ ସଂଖ୍ୟା ତଥ୍ୟ ଓ ସଡକ ଦୁର୍ଘଟଣା ରୋକାଯିବା ଦିଗରେ ନିଆ ଯାଉଥିବା ପଦକ୍ଷେପ ପ୍ରଭୃତି ଉପରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.