ସି ଆର ପି ଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଓ ସୋଲାର ଲ୍ୟାମ୍ପ ବଣ୍ଟନ

0 77

କଲ୍ୟାଣ ସିଂହପୁର (ଡ଼ି କେ ନ୍ୟୁଜ )  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ର ବିଜେପୁର ରେ ଥିବା  ଏଫ ୪ର୍ଥ ବାଟାଲିୟନ ପକ୍ଷରୁ ଜନ ସମ୍ପର୍କ ଶିବିର ହୋଇଯାଇଛି। ଏହି ଜନ ସମ୍ପର୍କ ମେଳାରେ  ପୁଲିସ ମହା ନାୟକ ଓଡ଼ିଶା ସେକ୍ଟର ଭୁବନେଶ୍ୱର  ଶ୍ରୀ ସଂଗ୍ରାମ କେଶରୀ ମହାନ୍ତି ନିର୍ଦ୍ଦେଶ କ୍ରମେ ଏଫ ୪ର୍ଥ ବାଟାଲିୟନ ପକ୍ଷରୁ ବିଜେପୁର ରେ ଏକ ଜନ ସମ୍ପର୍କ ଶିବିର ବହୁ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା। ସେତିରେ ୪ର୍ଥ ବାଟାଲିୟନ ର କମାଡେଣ୍ଟ ମନୋଜ କୁମାର ଯାଦବ ମୁଖ୍ୟ ଅତିଥି ରୂପେ ଯୋଗଦେଇ ୪୬ ଜଣ ଙ୍କୁ ସୋଲାର ଲ୍ୟାମ୍ପ ପ୍ରଧାନ କରିଥିଲେ। ସି ଆର ପି ଏଫ ଏଫ ୪ର୍ଥ ବାଟାଲିୟନ ବିଜେପୁର ପକ୍ଷରୁ ୧୦୦ ଜଣଙ୍କୁ ଅର୍ଣ୍ଣ ଭୋଜନ ର ବ୍ୟବସ୍ଥା କରାଯାଇଥିଲା  ଏଥିରେ ସି ଆର ପି ଏଫ ୪ର୍ଥ ବାଟାଲିୟନ ର ଦିତୀୟ କମାଣ୍ଡ ଅଧିକାରୀ ଶ୍ରୀମତୀ ନିତୁ ରାୟ ଏଫ ୪ର୍ଥ  ସହାୟକ କୋମାଡେଣ୍ଟ ରାଜ ପ୍ରକାଶ ବିହାରୀ , ବିଜେପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମାଝୀ, ବିଜେପୁର ଥାନା ପ୍ରଭାରି ପ୍ରଶାନ୍ତ କୁମାର  କୋଳାର ସିଂ,ସମେତ ଏଫ ୪ର୍ଥ ବାଟାଲିୟନ ସମସ୍ତ ଯବାନ ସହଯୋଗ କରିଥିଲେ। ଏଥିରେ ହାବିଲଦାର ଅଭିମନ୍ୟୁ ମହାନ୍ତି ଙ୍କ ସହିତ ସିପାହୀ ଅମିତ କୁମାର ସାହୁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.