ଚଳିତ ବର୍ଷର ପଞ୍ଚ ଠାକୁରାଣୀ ଯାତ୍ରା ସ୍ଥଗିତ

0 72

ବୁଗୁଡା : ବୁଗୁଡ଼ାରେ ପ୍ରତି ଦୁଇ ବର୍ଷ ବ୍ୟବଧାନରେ ପଞ୍ଚ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହି ଯାତ୍ର ପାଇଁ ମାର୍ଚ୍ଚ ୧୧ ତାରିଖରେ ଶୁଭଖୁଣ୍ଟି ସ୍ଥାପନ ସହ ମଇ ୫ ତାରିଖ ଠାରୁ ୧୫ ଦିନ ପାଇଁ ପଞ୍ଚ ଠାକୁରାଣୀ ଯାତ୍ରା ହେବାକୁ ଠାକୁରଣୀ ଯାତ୍ରା କମିଟି ବୈଠକରେ ସ୍ଥିର ହୋଇଥିଲା। ମାତ୍ର ଜିଲ୍ଲା ପ୍ରଶାସନଙ୍କ କୋଭିଡ କଟକଣା ସହ ଦ୍ଵିତୀୟ କୋଭିଡ ଲହର ବ୍ୟାପିବା ଆରମ୍ଭ ହୋଉଥିବା ପ୍ରରିପ୍ରେକ୍ଷୀରେ ପଞ୍ଚ ଠାକୁରାଣୀ ଯାତ୍ରା ହୋଇପାରିବ ନାହିଁ। କମିଟିର ସଭାପତି ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ କମିଟିର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀ ନାରାୟଣ ଦାଶ ଓ ସାଧାରଣ ସମ୍ପାଦକ ବିଶ୍ୱ ମୋହନ ମିଶ୍ର ଆଲୋଚନା କରି ପଞ୍ଚ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ସ୍ଥଗିତ ରଖାଗଲା ବୋଲି ଲିଖିତ ଭାବେ ଘୋଷଣା କରିଛନ୍ତି। ଯାହା ଫଳରେ ଚଳିତ ବର୍ଷ ବୁଗୁଡ଼ାରେ ପଞ୍ଚ ଠାକୁରାଣୀ ଯାତ୍ରା ହେବ ନାହିଁ।

Leave A Reply

Your email address will not be published.