ଜଙ୍ଗଲ ଜଳୁଛି: ବନ ବିଭାଗ ନିଘୋଡ ନିଦ୍ରାରେ ଶୋଇଛି

0 72

ରାୟଗଡା:- ସରକାର ବହୁ ଅର୍ଥ ବ୍ୟୟ କରି ଜଙ୍ଗଲ ସୁରକ୍ଷା ନିମନ୍ତେ ଯୋଜନା ପରେ ଯୋଜନା କରିବା ସହ ନୂତନ ଜଙ୍ଗଲ ସୃଷ୍ଟି କରି ଚାଲିଛନ୍ତି। ହେଲେ ଅସାଧୁ ଅଧିକାରୀ ମାନଙ୍କ ପାଇଁ ଏହା ଆଗକୁ ନଯାଇ ଦିନକୁ ଦିନ ଅବନତି ଘଟିବାରେ ଲାଗିଛି। ବହୂତ ସ୍ଥାନରେ ବୃକ୍ଷରୋପଣ କରାନଯାଇ କାଗଜ କଲମରେ ଶହ ଶହ ଏକର ରିଜର୍ଭ ଫରେଷ୍ଟ ଜମି ପଡିଆ ପଡିଥିବା ବେଳେ ତାହା ଚାରାରୋପଣ ହୋଇଥିଵା ଦର୍ଶାଯାଇଛି। ଯାହାକି ସୁଚନା ଅଧିକାର ଆଇନରେ ସୁଚନା ମାଗିଲେ ମଧ୍ଯ ସୂଚନା ମିଳୁନି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବନବିଭାଗ ରେଞ୍ଜ ଅଞ୍ଚଳରେ। ସଦ୍ୟ ଘଟଣା ଅନୁଯାଇ ଚନ୍ଦ୍ରପୁରୁ ଅଞ୍ଚଳରେ ଜଙ୍ଗଲରେ ହୁ ହୁ ହୋଇ ଦିନରେ ଜଙ୍ଗଲ ପୋଡିଯାଉଥିବା ଯାରପା ଠାରୁ ଚନ୍ଦ୍ରପୁରୁ ଯିବା ପିଚୁ ରାସ୍ତାରୁ ମାତ୍ର ଦୁଇଶହ ମିଟର ମଧ୍ୟରେ ହୋଇଥିଲେ ମଧ୍ୟ ରାସ୍ତାରେ ଯାତାହୟତ କରୁଥିଵା ଲୋକମାନେ ଦେଖି ଦୁଖପ୍ରକାଶ କରୁଥିବା ବେଳେ ବିଭାଗିୟ ଅଧିକାରୀଙ୍କୁ ଜଣା ନାହିଁ। ବାଉଁଶ ଓ କାଠ ପୋଡିଯିବା ପରେ କାଠ ମାଫିଆଙ୍କୁ କଚେବାର ହୋଇଥାଏ। ସରକାର ନିଆଲିଭା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରି କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। ହେଲେ ଫଳଶୂନ୍ୟ ହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏହି ବିଭାଗରେ ଗଛଲଗା ଠାରୁ ଆରମ୍ଭ କରି ଡ୍ରେନ ତିଆରି ଓ ଘର ତିଆରି ଚାରାରୋପଣ ଆଦିରେ ବହୁ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଥିବା ବେଳେ ନିଆଁ ଲିଭାଯାଇ ପାରୁନଥିଵା ନେଇ ସନ୍ଦେହ ସୃଷ୍ଟି ହୋଇଛି। ସରକାର ତୁରନ୍ତ ନିଆଁ ନ ଲାଗିବା ପାଇଁ ପଦକ୍ଷେପ ଗ୍ରହଣ କରିବାସହ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଆବଶ୍ୟକ ରହିଛି ଓ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି।ଓଡ଼ିଶାର ୧୩.୩୨% ଜଙ୍ଗଲ ‘ଅଧିକ ଅଗ୍ନିପ୍ରବଣ’
ଓଡ଼ିଶାରେ ୫,୬୧୯ ବର୍ଗ କିମି ଜଙ୍ଗଲ ରହିଛି । ଭାରତର ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଅନୁସାରେ ରାଜ୍ୟରେ ଥିବା ମୋଟ୍ ଜଙ୍ଗଲ ଭିତରୁ ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଛି । ଜଙ୍ଗଲ ମଧ୍ୟରୁ ୨.୮୨ ପ୍ରତିଶତକୁ ଜଙ୍ଗଲ ‘ଉଚ୍ଚଅଗ୍ନିପ୍ରବଣ ଅଞ୍ଚଳ’ରେ ଭାବେ ଚିହ୍ନଟ କରାଯାଇଛି । ସେହିପରି ୭.୭୩% ଜଙ୍ଗଲକୁ ‘ସର୍ବାଧିକ ଅଗ୍ନିପ୍ରବଣ ଅଞ୍ଚଳ’,୧୩.୩୨% ଜଙ୍ଗଲକୁ ‘ଅଧିକ ଅଗ୍ନିପ୍ରବଣ ଅଞ୍ଚଳ’, ୧୯.୯୬% ଜଙ୍ଗଲକୁ ‘ମଧ୍ୟମ ଅଗ୍ନିପ୍ରବଣ ଅଞ୍ଚଳ’ ଭାବରେ ଚିହ୍ନଟ କରାଯାଇଛି ।  ୨୦୧୮ରେ ଦେଶରେ ମୋଟ୍ ୩୭,୦୫୯ଟି ଜଙ୍ଗଲ ନିଆଁ ଘଟଣା ଘଯିଥିଲାବେଳେ ୨୦୨୦ରେ ତାହା ୪୦ ହଜାରକୁ ଟପିଥିଲା । କେବଳ ମାର୍ଚ୍ଚ ୨ରେ ହୋଇଥିବା ଗୋଟିଏ ଦିନ ସର୍ଭେରେ ଭାରତର ୫୯୩ଟି ଜଙ୍ଗଲରେ ନିଆଁ ଘଟଣା ରେକର୍ଡ କରାଯାଇଛି । ଏଥିରେ ଓଡ଼ିଶାର ସର୍ବାଧିକ ୨୨୮ଟି ଜଙ୍ଗଲ ନିଆଁ ଘଟଣା ହୋଇଥିଲା । ଏନେଇ ବିଜେପି ରାଜ୍ୟ ସାଂସଦମାନେ କେନ୍ଦ୍ର ସ୍ୱର ଉତ୍ତୋଳନ କରିଥିଲେ । ଚିହ୍ନଟ ଅଗ୍ନିପ୍ରବଣ ଅଞ୍ଚଳ ମଧ୍ୟରେ୨୭୫୦ ବର୍ଗ କିମି ପରିବ୍ୟାପ୍ତ ଭାରତର ସପ୍ତମ ସର୍ବବୃହତ ଜାତୀୟ ଉଦ୍ୟାନ ଶିମିଳିପାଳ ଏଥିରେ ଅନ୍ତର୍ଭୃକ୍ତ । ଏହି ଉଦ୍ୟାନରେ ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରଜାତିର ମାଛ ଏବଂ ବିଲୁପ୍ତ ପ୍ରାୟ ମହାବଳ ବାଘ, ହାତୀ, ଗୟଳ, ଚାଉସିଂଘା ଭଳି ୫୫ ପ୍ରଜାତିର ପଶୁଙ୍କର ଆବାସସ୍ଥଳ।ଏହାର ସୁରକ୍ଷା ପାଇଁ ସରକାର ଯଥା ଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନେକ ବୁଦ୍ଧିଜୀବୀଙ୍କ ମତ।

Leave A Reply

Your email address will not be published.